ଖଲ୍ଲିକୋଟରେ ପାଇଖାନାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଇଖାନାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହି ସ୍ଥିତ ମଧୁସୂଦନ ମହାନ୍ତିଙ୍କ ପାଇଖାନାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଧୁସୂଦନ ମହାନ୍ତି ତାଙ୍କ ବାରିପଟରେ ଥିବା ପାଇଖାନାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେ ଥାନାକୁ ଖବର ଦେଇଥିଲେ। ମୃତକ ବରପଦର ଗ୍ରାମର ମିଲୁ ପ୍ରଧାନ (୨୬) ବୋଲି ଜଣାଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Next Post

ଜିଲ୍ଲା ହସ୍ପିଟାଲ୍‌ରେ ପ୍ରସୂତିଙ୍କ ବିଚିତ୍ର ସ୍ଥିତି : ମା’ଠୁ ୫ କିଲୋମିଟର ଦୂରରେ ଅସୁସ୍ଥ ଛୁଆ

Tue Feb 7 , 2023
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଏବେ ବିଚିତ୍ର ଅବସ୍ଥା। ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍‌ରେ ମା’ର ପ୍ରସବ ହେବ। କିନ୍ତୁ ଅସୁବିଧା ହେଲେ ପିଲା ଚିକିତ୍ସିତ ହେବ ପାଞ୍ଚ କିଲୋମିଟର ଦୂର ନୂଆ ହସ୍ପିଟାଲ୍‌ରେ। ଗଲା ପ୍ରାୟ ଦୁଇ ସପ୍ତାହ ହେବ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। କାରଣ ଏଯାଏ ପୁରୁଣା ମେଡିକାଲ୍‌ରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ସ୍ଥାନାନ୍ତର ହୋଇପାରିନାହିଁ। ଅପରେସନ୍‌ ଥିଏଟର‌(ଓଟି) ସମସ୍ୟା ପାଇଁ ପ୍ରସୂତି ବିଭାଗ […]
ଜିଲ୍ଲା ହସ୍ପିଟାଲ୍‌ରେ ପ୍ରସୂତିଙ୍କ ବିଚିତ୍ର ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial