ଋଣ ନାଁରେ ୮୯ ଲକ୍ଷ ଚଳୁ : ପଞ୍ଚତାରକା ହୋଟେଲରୁ ଧୂର୍ତ୍ତ ମହିଳା ଗିରଫ

ପଞ୍ଚତାରକା ହୋଟେଲରୁ ଧୂର୍ତ୍ତ ମହିଳା ଗିରଫ

ଭୁବନେଶ୍ୱର: ଋଣ କରାଇବା ବାହାନାରେ ଜଣେ ଉଦ୍ୟୋଗପତିଙ୍କ ୮୯ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଏକ ଫାଇନାନ୍ସ କମ୍ପାନିର ମହିଳା କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ ମହାରାଷ୍ଟ୍ର ଥାନେ ଅଞ୍ଚଳର ତେଜିନ୍ଦର କୌର (୪୨)। ଡୁମୁଡୁମାସ୍ଥିତ ଏକ ପଞ୍ଚତାରକା ହୋଟେଲରୁ ଖସିଯିବା ପୂର୍ବରୁ ପୁଲିସ ଧୂର୍ତ୍ତ ମହିଳାଙ୍କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଶୋକ କୁମାର କଳସ ଜଣେ ଉଦ୍ୟୋଗପତି। ତାଙ୍କର ଇମ୍ପୋର୍ଟ, ଏକ୍ସପୋର୍ଟ ବ୍ୟବସାୟ ବଢ଼ାଇବା ପାଇଁ କିଛି ଟଙ୍କା ଦରକାର ପଡ଼ିଲା। କୌଣସି ରାଷ୍ଟ୍ରାୟତ ବ୍ୟାଙ୍କ୍‌ରୁ ଋଣ ମିଳିବା ବିଳମ୍ବ ହେବା ଆଶଙ୍କା କରି ସେ କୌଣସି ବେସରକାରୀ ସଂସ୍ଥାରୁ ଋଣ କରିବାକୁ ଚିନ୍ତା କଲେ। ତାଙ୍କର ଜଣେ ପରାମର୍ଶଦାତା ମୁମ୍ବାଇ ବାସିନ୍ଦା ତେଜିନ୍ଦରଙ୍କ ସହିତ ଯୋଗାଯୋଗ କରାଇଦେଇଥିଲେ। ତେଜିନ୍ଦର ସୁରଟସ୍ଥିତ ଆହୁରା
ଫାଇନାନ୍ସ ଲିମିଟେଡ୍‌ରେ କାର୍ଯ୍ୟ କରନ୍ତି। ଅଶୋକ ଉକ୍ତ ଫାଇନାନ୍ସ କମ୍ପାନିରୁ ୧୦୦ କୋଟି ଟଙ୍କା ଋଣ ନେବା ଲାଗି ତେଜିନ୍ଦରଙ୍କ ସହ ଆଲୋଚନା କରିଥିଲେ। ଗତ ଜୁନ୍‌ ୨୯ ତାରିଖରେ ପ୍ରଥମ ପ୍ରୋସେସିଂ ଫି’ ବାବଦକୁ ଅଶୋକ, ତେଜିନ୍ଦରଙ୍କ ଆକ୍ସିସ୍‌ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇଥିଲେ।
ଜୁଲାଇ ୧ ତାରିଖରେ ତେଜିନ୍ଦର ଭୁବନେଶ୍ୱର ଆସି ଡୁମୁଡୁମାସ୍ଥିତ ଏକ ହୋଟେଲରେ ରହିବା ସହିତ ଅଶୋକଙ୍କୁ ଭେଟିଥିଲେ ଏବଂ ଏହି ଅବସରରେ ଅଶୋକ ପୁଣି ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇଥିଲେ। ସେଠାରେ ଆଲୋଚନା ମୁତାବକ ଷ୍ଟାମ୍ପ ଡ୍ୟୁଟି ବାବଦକୁ ୮୫ ଲକ୍ଷ ଟଙ୍କା ତୁରନ୍ତ ଯୋଗାଡ଼ କରିବାକୁ ତେଜିନ୍ଦର କହିଥିଲେ। ତେବେ ଏହି ଟଙ୍କାକୁ ଚେନ୍ନାଇସ୍ଥିତ ଦିନେଶ ନାମକ ଜଣେ ବ୍ୟକ୍ତିଙ୍କୁ ଦେବା ପାଇଁ ସେ ଆଶୋକଙ୍କୁ କହିଥିଲେ। ଅଶୋକ ୮୫ ଲକ୍ଷ ଟଙ୍କା ଯୋଗାଡ଼ କରି ଦିନେଶଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହାପରେ ତେଜିନ୍ଦର ଆଉ ଧରାଛୁଆଁ ଦେଇନଥିଲେ। ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ତେଜିନ୍ଦର ‌ଡୁମୁଡୁମାସ୍ଥିତ ହୋଟେଲରେ ଥାଇ ବି ଅଶୋକଙ୍କୁ ଦେଖା ଦେଇନଥିଲେ। ତେଣୁ ତୁରନ୍ତ ଅଶୋକ ଖଣ୍ଡଗିରି ଥାନାରେ ଜଣାଇଥିଲେ ଏବଂ ତେଜିନ୍ଦର ଫେରାର୍ ହେବାକୁ ବସିଛି ବୋଲି ସୂଚନା ଦେଇଥିଲେ। ପୁଲିସ ତୁରନ୍ତ ହୋଟେଲରେ ଚଢ଼ଉ କରି ତେଜିନ୍ଦରଙ୍କୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୭ ଜିଲ୍ଲାକୁ ଅରେଞ୍ଜ, ୧୧କୁ ୟେଲୋଓ୍ଵାର୍ଣ୍ଣିଂ

Fri Jul 21 , 2023
ଭୁବନେଶ୍ୱର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବତ୍ତୀ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଲଗ୍ନ ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ଅଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା […]
ଅତି ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial