ରିୟାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲା ଏନ୍‌ସିବି

ରିୟାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲା ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ନିଶା ସେବନ ଓ କାରବାର ପ୍ରସଙ୍ଗ ପଦାକୁ ଆସିବା ପରେ ଏହାର ଖୋଳତାଡ଼ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ରିୟା ଓ ଅନ୍ୟମାନଙ୍କ ନାମରେ ଏନସିବି ଏ ନେଇ ଏକ ମାମଲା ଗତ ୨୬ ତାରିଖରେ ରୁଜୁ କରିଥିଲା। କିନ୍ତୁ ଏନସିବି ଏବେ ରିୟାଙ୍କ ବିରୋଧରେ ଏକ ଆପରାଧିକ ମାମଲା ମଧ୍ୟ ରୁଜୁ କରିଛି। ତେବେ ରିୟାଙ୍କ ବିରୋଧରେ ଡ୍ରଗ୍ସ ସେବନ ଅଭିଯୋଗ ସମ୍ପର୍କରେ ତାଙ୍କ ଓକିଲା ପୂର୍ବରୁ ଏକ ବୟାନ ଦେଇସାରିଛନ୍ତି। ରିୟା କେବେ ବି ଡ୍ରଗ୍ସ ସେବନ କରନ୍ତି ନାହିଁ। ଏପରିକି ଯେକୌଣସି ସମୟରେ ରିୟା ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ରିୟାଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ଚତୁର୍ଥ ଦିନ ପାଇଁ ଜେରା କରାଯାଇଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶୃତି ମୋଦୀ ମଧ୍ୟ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ରିୟା ଓ ଶୃତିଙ୍କ ବ୍ୟତୀତ ସିବିଆଇ ଏହି ମାମଲାରେ ସୁଶାନ୍ତଙ୍କ ପଡ଼ୋଶୀ ସିଦ୍ଧାର୍ଥ ପିଠାନି, ମ୍ୟାନେଜର ସାମୁଏଲ ମିରାଣ୍ଡା, ରୋଷେୟା ନୀରଜ ସିଂହ, ଘରୋଇ ସହାୟକ କେଶବ ଏବଂ ଆକାଉଣ୍ଟାଣ୍ଟ ରଜତ ମେୱାତିଙ୍କୁ ଜେରା କରିଛି।

Share Now:

Kalinga News Beuro

Next Post

ଦେଢ଼ମାସ ହେଲା ୩ ପରିବାର ଗୃହବନ୍ଦୀ: ନ୍ୟାୟ ପାଇଁ ବିଷ ପିଇଲେ, ୨ ଗୁରୁତର

Tue Sep 1 , 2020
ତିହିଡ଼ି : ଦେଢ଼ମାସ ଧରି ଗୃହବନ୍ଦୀ ହୋଇ ରହିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ବିଷ ପିଇ ଗୋଟିଏ ପରିବାରର ୨ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ନନ୍ଦପୁର ଗ୍ରାମରେ ଏହି ଘଟଣା ଘଟିଛି। ନନ୍ଦପୁର ଗ୍ରାମର ରବୀନ୍ଦ୍ର ଭଞ୍ଜ, ବୀରେନ୍ଦ୍ର ଭଞ୍ଜ ଓ ଗୋପବନ୍ଧୁ ଭଞ୍ଜ ପ୍ରମୁଖ ୩ ପରିବାରର ଘରକୁ ଯିବା ପାଇଁ ଏକ ସରକାରୀ ରାସ୍ତା ରହିଛି। ସେମାନେ […]
ନ୍ୟାୟ ପାଇଁ ବିଷ ପିଇଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial