ବଢିଲା ଯୁଦ୍ଧ ଆଶଙ୍କା : ଶନିବାର ଆଣବିକ ଯୁଦ୍ଧାଭ୍ୟାସ କରିବ ଋଷିଆ

ଯୁଦ୍ଧ ଆଶଙ୍କା ବଢିଲା

ମସ୍କୋ : ୟୁକ୍ରେନ ସଂକଟକୁ ନେଇ ଚିନ୍ତା ଆହୁରି ବଢାଇଦେଇଛି ଋଷିଆ। ଗୋଟିଏ ପଟେ ସେନା ପ୍ରତ୍ୟାହାର କଥା କହୁଥିବାବେଳେ ଅନ୍ୟପଟେ ଆସନ୍ତା ଶନିବାର ଏକ ବଡ଼ ଧରଣର ଆଣବିକ କ୍ଷୁଦ୍ଧାଭ୍ୟାସ କରିବାକୁ ଯାଉଛି ଋଷିଆ। ଏଥିରେ ଋଷିଆର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ଗୁଡ଼ିକର ପରୀକ୍ଷଣ କରାଯିବ। ସମ୍ଭାବ୍ୟ ଆଣବିକ ଯୁଦ୍ଧର ମୁକାବିଲା ପାଇଁ ଋଷିଆ ଏହି ଅଭ୍ୟାସ କରୁଥିବା କୁହାଯାଉଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହି ଆଣବିକ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିବେ।
ଅନ୍ୟପକ୍ଷରେ ଜାତିସଂଘ ମହାସଚିବ ଆଣ୍ଟୋନିଆ ଗୁଏଟାରେସ କହିଛନ୍ତି ଯେ ଋଷିଆ ୟୁକ୍ରେନ ଯୁଦ୍ଧ ହେଲେ ତାହା ସମଗ୍ର ବିଶ୍ବ ପାଇଁ ବିନାଶକୁ ଟାଣିଆଣିବ। ୟୁକ୍ରେନ ସଂକଟର ସମାଧାନ ଲାଗି ଋଷିଆ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲେ ବି ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ତାହାକୁ ବିଶ୍ବାସ କରିପାରୁନାହାନ୍ତି। ଋଷିଆ ନିଶ୍ଚିତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିବ ବୋଲି ଆମେରିକା ଓ ନାଟୋ କହୁଛି। ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଯେଉଁସବୁ ସଂକେତ ମିଳୁଛି ତାହା ଦର୍ଶାଉଛି ଯେ ଋଷିଆ ଆସନ୍ତା କିଛି ଦିନ ଭିତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ଶୁକ୍ରବାର ବାଇଡେନ ଏହି ପ୍ରସଙ୍ଗରେ କେତେକ ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି।

Share Now:

Kalinga News Beuro

Next Post

ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

Fri Feb 18 , 2022
କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଖେଳାଯାଉଥିବା ୨ୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା। ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ […]
୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial