କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ଏସ ଟି ଏଫ (ସ୍ପେସିଆଲ ଟାସ୍କ ଫୋର୍ସ )‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍‌କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍‌ରେ ଡାକ୍ତର ବିକାଶକୁ ମୃତ ଘୋଷଣା କରିଛନ୍ତି।

ଏନ୍‌କାଉଣ୍ଟରରେ ବିକାଶର ମୃତ୍ୟୁ ନେଇ ୟୁପି ପୁଲିସ୍‌ ସ୍ପଷ୍ଟ କରିଛି। ପୁଲିସ୍‌ ସୂଚନା ଦେଇ କହିଛି ଯେ, ବିକାଶକୁ କାନପୁର ଆଣିଲା ବେଳେ ବାଟରେ ଗାଡ଼ି ଓଲଟି ପଡ଼ିଥିଲା। ଏହି ସମୟରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏପରିକି ସେ ପୁଲିସ୍‌ ନିକଟରୁ ବନ୍ଧୁକ ଛଡ଼ାଇ ଘଟଣାସ୍ଥଳରୁ ଫେରାର ହେବାକୁ ପ୍ରୟାସ କରିଥିଲା। ଏହି ସମୟରେ ପୁଲିସ୍‌ ବିକାଶକୁ ଏନ୍‌କାଉଣ୍ଟର କରିଥିଲା। ଏନ୍‌କାଉଣ୍ଟର ସମୟରେ ୨ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଗତ ଶୁକ୍ରବାର ଦିନ କାନପୁରରେ ୮ ଜଣ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରିବା ପରେ ବିକାଶ ଫେରାର ଥିଲା। ଗୁରୁବାର ସକାଳେ ପୁଲିସ୍‌ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୁଲିସ୍‌ ତାର ୨ ଜଣ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ମାରି ଦେବା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଥିଲା। କାଲି ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ଆମେରିକାର ଚେତାବନୀ : ଖୁବଶୀଘ୍ର ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ

Fri Jul 10 , 2020
ୱାଶିଂଟନ: ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସମଗ୍ର ବିଶ୍ବରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial