ଫ୍ଲିପକାର୍ଡ ଅଫିସରୁ ଟଙ୍କା ଚୋରି ଅଭିଯୋଗରେ ତିନି ଗିରଫ

ଫ୍ଲିପ କାର୍ଡ ଅଫିସ

ବନ୍ତ : ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସକ୍ଷୀପାଟଣାରେ ଥିବା ଫ୍ଲିପକାର୍ଡ ଅଫିସରୁ ଗତ୨୫ତାରିଖ ବିଳମ୍ବିତ ରାତିରେ ହବ୍ ସେଣ୍ଟର୍ କାନ୍ଥଭାଙ୍ଗି ଯୋଜନାବଦ୍ଧ ଭାବରେ ଘର ଭିତରେ ପେଟ୍ରୋଲ ଢାଳି କମ୍ପ୍ୟୁଟର, ପ୍ରିଣ୍ଟର,ପାର୍ଶଲରେ ନିଆଁ ଲଗାଇ ୩ଲକ୍ଷ ୫୫ହଜାର ଟଙ୍କା ଲୁଟି ନେଇ ଯାଇଥିଲେ। ଏ ନେଇ ଫ୍ଲିପକାର୍ଡ ହବ ସେଣ୍ଟରର ଇନଚାର୍ଜ ମନୋଜ କୁମାର ବାରିକ୍ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବନ୍ତ ଥାନା ତା-୨୬.୦୬.୨୦୨୩ ରିଖ ତତ୍ପରତା ହେବା ପରେ ସେଣ୍ଟରର ସମସ୍ତ କର୍ମଚରୀମାନଙ୍କୁ ପଚରା ଉଚରା କରିଥିଲେ। ପରେ ସନ୍ଦେହ ଜନକ ଭାବେ ତିନି ଜଣଙ୍କୁ ଅଟକ ରଖିବାରୁ ସେମାନେ ସବୁକଥା ମାନିଯାଇ ଥିଲେ। ତିନି ଡେଲିଭରି ପିଲାଙ୍କ ପାଖରୁ ୩ ଲକ୍ଷ ୫୫ ହଜାର ଟଙ୍କା ପୋଲିସ ଜବତ କରିଛନ୍ତି।
ଆଜି ଏ ଘଟଣାକୁ ନେଇ ବନ୍ତ ଥାନା ଅପରାଧୀଙ୍କୁ ଧରିବାର ସଫଳ ହୋଇଛି ସେଥିପାଇଁ ବନ୍ତ ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଆୟୋଜନ ହୋଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ବି କେ ମହାପାତ୍ର, ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବନ୍ତ ପୋଲିସ କେସ ନଂ ୧୦୪/୨୦୨୩ ଅନୁଯାୟୀ ଦଫା ୪୦୭,୩୮୦,୪୩୫,୪୩୬,୩୪ ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Share Now:

Kalinga News Beuro

Next Post

ବଜରଙ୍ଗ ଦଳ ପକ୍ଷରୁ କଟକ ଡିସିପିଙ୍କୁ ଗୋ-ତସ୍କରୀ ବନ୍ଦ ପାଇଁ ଦାବିପତ୍ର ପ୍ରଦାନ

Tue Jun 27 , 2023
କଟକ : ସୋମବାର ଦିନ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ କଟକ ସହରରୁ ଅବୈଧ ଗୋ-ତସ୍କରୀ ଓ ଗୋମାତା ଙ୍କୁ ହତ୍ୟା ପ୍ରତିବାଦରେ କଟକ ଡିସିପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଆଗାମୀ ଦିନରେ ୨୯ ତାରିଖରେ ହେବାକୁ ଥିବା ବକରିଦ୍ ଅବସରରେ ବ୍ୟାପକ ଗୋହତ୍ୟା ହେବାର ପୂର୍ବାନୁମାନ କରାଯାଇଛି। କିପରି ଏହି ଗୋବଂଶଙ୍କୁ ଉଦ୍ଧାର କରାଯାଇ ଥଇଥାନ […]
ବଜରଙ୍ଗ ଦଳ କଟକ ମହାନଗର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial