ବଜରଙ୍ଗ ଦଳ ପକ୍ଷରୁ କଟକ ଡିସିପିଙ୍କୁ ଗୋ-ତସ୍କରୀ ବନ୍ଦ ପାଇଁ ଦାବିପତ୍ର ପ୍ରଦାନ

ବଜରଙ୍ଗ ଦଳ କଟକ ମହାନଗର

କଟକ : ସୋମବାର ଦିନ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ କଟକ ସହରରୁ ଅବୈଧ ଗୋ-ତସ୍କରୀ ଓ ଗୋମାତା ଙ୍କୁ ହତ୍ୟା ପ୍ରତିବାଦରେ କଟକ ଡିସିପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଆଗାମୀ ଦିନରେ ୨୯ ତାରିଖରେ ହେବାକୁ ଥିବା ବକରିଦ୍ ଅବସରରେ ବ୍ୟାପକ ଗୋହତ୍ୟା ହେବାର ପୂର୍ବାନୁମାନ କରାଯାଇଛି। କିପରି ଏହି ଗୋବଂଶଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇ ପାରିବ ତାହାର ବ୍ୟବସ୍ଥା କରିବା ପାଇଁ ଦାବୀ ରହିଛି। ଯେହେତୁ ବଜରଙ୍ଗ ଦଳ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇ ଆସୁଅଛି,ତେଣୁ ସାମ୍ପ୍ରଦାୟିକ ପରିସ୍ଥିତି ଅଣାୟତ୍ତ ନହେଉ ଏଥିପାଇଁ ଡିସିପି ମହୋଦୟଙ୍କୁ ଦାବୀ ରଖାଯାଇଛି। ସେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଠୁଳ କରାଯାଇଥିବା ଗୋମାତା ଙ୍କୁ ଉଦ୍ଧାର କରନ୍ତୁ।

ବଜରଙ୍ଗ ଦଳ କଟକ ମହାନଗର ସଂଯୋଜକ ଶ୍ରୀ ଅସିତ୍ କୁମାର ସ୍ୱାଇଁ,ସହ ସଂଯୋଜକ ବିକାଶ ନାୟକ ଓ ଆନନ୍ଦ ପାଣିଗ୍ରାହୀ, ଗୌରବ ପାତ୍ର, ସୁରକ୍ଷା ପ୍ରମୁଖ ସୁମନ ସାହୁ,ବିଭାଗ ସଂଯୋଜକ ସଞ୍ଜୟ ସିଂହ, ପୂର୍ବତନ ସଂଯୋଜକ ଜିତେନ୍ଦ୍ର ସାହୁ, ଗୌର କମଲ କୁମାର,ପୂର୍ବତନ ସହ ସଂଯୋଜକ ଚନ୍ଦ୍ର ଶେଖର ବିଶ୍ଵାଳ,ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପ୍ତି ରଞ୍ଜନ ସାହୁ,ଉଦୟନାଥ ମହାନ୍ତି, ଗୋରକ୍ଷା ପ୍ରମୁଖ ଦୀପକ ବାରିକ, ଜ୍ୟୋତିକୃଷ୍ନ ସ୍ୱାଇଁ, ଅମିତ୍ ପ୍ରଧାନ, ନରେଶ ବାରିକ,ସିକୁନ ମହାନ୍ତି,ପ୍ରହ୍ଲାଦ ମହାରଣା, ହାପୁ ଦାସ, ପ୍ରଦୀପ୍ତ ତିୱାରୀ, ସୌଭାଗ୍ୟ ରଞ୍ଜନ ଦାସ, ରଞ୍ଜନ ଦାସ,ଉଦିତ ସେନ,ସୌମ୍ୟ ରଞ୍ଜନ ସେଠୀ, ସନ୍ତୋଷ ରଣା, ଶେଖର ଡାକୁଆ, ତାପସ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ଶ୍ରୀବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରବ ନାହିଁ ଇଦ

Tue Jun 27 , 2023
ସେବାୟତ, ପୁଲିସ ଓ ପ୍ରଶାସନର ମିଳିତ ବୈଠକରେ ନିଷ୍ପତ୍ତି ଚମୋଲି : ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ। ବଦ୍ରିନାଥ ଧାମରେ ଥିବା ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ ମଧ୍ୟ ଏହା ପାଳିତ ହେଉଥିଲା। କିନ୍ତୁ ଏଥର ଇଦ୍-ଉଲ୍-ଜୁହା ପର୍ବ ପାଳନ ପାଇଁ […]
ବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରବ ନାହିଁ ଇଦ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial