କାକଟପୁର, ଡେଲାଙ୍ଗ, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’ : ୧୩ ନୂଆ ରୁଟ୍‌

କାକଟପୁର, ଡେଲାଙ୍ଗ, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର: ଜୁଲାଇ ୧ରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ‘ମୋ ବସ୍‌’ ୧୩ଟି ନୂଆ ରୁଟ୍‌ରେ ସେବା ପ୍ରଦାନ କରିବ। ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ ୧୩ଟି ରୁଟ୍‌କୁ ଯୋଡ଼ିଛି। ନୂଆ ରୁଟ୍‌ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ।
ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗ ଯୋଡ଼ି ହୋଇଛନ୍ତି।

ଏହି ନୂଆ ରୁଟ୍‌ ଗୁଡିକରେ ‘ମୋ ବସ୍‌’ ସେବା ଦ୍ୱାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ। ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ। ଏହି ସବୁ ଅଞ୍ଚଳର ପ୍ରମୁଖ ହବ୍‌ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍‌ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଇଣ୍ଟରନେଟ ଯୁଗରେ ପିଲାମାନେ ଶୀଘ୍ର ପ୍ରାପ୍ତବୟସ୍କ ହୋଇଯାଉଛନ୍ତି: ମଧ୍ୟପ୍ରଦେଶ ହାଇକୋର୍ଟ

Fri Jun 30 , 2023
ଭୋପାଳ: ଇଣ୍ଟରନେଟ ଯୁଗରେ ପିଲାମାନେ ଶୀଘ୍ର ପ୍ରାପ୍ତବୟସ୍କ ହୋଇଯାଉଛନ୍ତି। ତେଣୁ ସହମତିରେ ସମ୍ପର୍କ ରଖୁଥିବା ଯୋଡ଼ିଙ୍କ ବୟସ ୧୬ ବର୍ଷ ହେଉ। ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିଅର୍ ବେଞ୍ଚ ପୁଅ ଏବଂ ଝିଅ ମଧ୍ୟରେ ସହମତି ଭିତ୍ତିକ ସମ୍ପର୍କର ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରିବାକୁ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ପଛରେ ଯୁକ୍ତି କରି କୁହାଯାଇଛି ଯେ ଆଜିର ଇଣ୍ଟରନେଟ ଯୁଗରେ ପିଲାମାନେ ଶୀଘ୍ର […]
ପିଲାମାନେ ଶୀଘ୍ର ପ୍ରାପ୍ତବୟସ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial