ହୀରାକୁଦରେ ଖୋଲିଲା ୨ଟି ଗେଟ୍ : ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦରେ ଖୋଲିଲା ୨ଟି ଗେଟ୍

ସମ୍ବଲପୁର: ହୀରାକୁଦରେ ୨ଟି ଗେଟ୍ ଖୋଲିଲା ଏବଂ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଗଲା। ଆଜି ସକାଳ ୧୦ଟା ୭ମିନିଟ୍ ସମୟରେ ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଖୋଲିଛି। ଏବେ ହୀରାକୁଦରେ ୬୦୯. ୩୯ଫୁଟ ଜଳ ଅଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ୍‌ ୱାର୍କସ ଓ ଅତିରିକ୍ତ ସ୍ପିଲ୍‌ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା। ଜଳଭଣ୍ଡାରକୁ ୭୪,୫୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୧୯୧ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କ୍ୟୁସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗତ ବର୍ଷ ଜୁନ୍ ୨୬ରେ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିବା ସେତେବେଳେ ଜଳସ୍ତର ୬୧୮ ଫୁଟ୍ ରହିଥିଲା। ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୫୦ ଫୁଟ୍‌ରେ ପହଂଚିବା ବୋଲି ଆକଳନ କରାଯାଉଛି।

Share Now:

Kalinga News Beuro

Next Post

ଶଙ୍କରାଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ ରଥ ପ୍ରଦିକ୍ଷଣ ସହ ମହାପ୍ରଭୁଙ୍କ ଦର୍ଶନ କରିବେ

Sun Jul 11 , 2021
ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି। ତେବେ ମନ୍ଦିର ପ୍ରଶାସନର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ରଥଯାତ୍ରା ଦିନ ଜଗଦଗୁରୁ ଶଙ୍କରଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ ରଥ ପ୍ରଦିକ୍ଷଣ ସହ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସହମତି ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଶଙ୍କରଚାର୍ଯ୍ୟ। […]
ଗୋବର୍ଦ୍ଧନ ପୀଠର ୭ଜଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial