ଅଙ୍ଗନବାଡ଼ି ଯୋଦ୍ଧାଙ୍କ ପ୍ରାଣହାନୀ ଘଟିଲେ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଅଙ୍ଗନବାଡ଼ି ଯୋଦ୍ଧାଙ୍କ ପ୍ରାଣହାନୀ ଘଟିଲେ ମିଳିବ ୫୦ ଲକ୍ଷ

ଭୁବନେଶ୍ବର : ଗତବର୍ଷ ପରି କୋଭିଡ ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଥିବା ବୀମାରେ ଅନ୍ତର୍ଭୁକ୍ତ ହୋଇ ନଥିବେ। ଏହି କ୍ଷତିପୂରଣ ପ୍ରତ୍ୟେକ ଅଙ୍ଗନବାଡ଼ି ସୁପରଭାଇଜର ଓ ଅଙ୍ଗନବାଡ଼ି ସହାୟକଙ୍କ ପାଇଁ ଲାଗୁ ହେବ। ଅଙ୍ଗନବାଡି କର୍ମୀଙ୍କୁ ମାସ୍କ୍‌, ସାନିଟାଇଜର, ଫେସ୍‌ ସିଲ୍‌ଡ୍‌, ଗ୍ଲୋବ୍‌ସ ଆଦି ଯୋଗାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରକାଶଥାଉକି ଚଳିତ ମାସ ୨୪ ତାରିଖରୁ ଆସନ୍ତା ଅଗଷ୍ଟ ମାସ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରେ ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନରେ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Share Now:

Kalinga News Beuro

Next Post

ଡବଲ ବିପଦ ପାଇଁ ଡବଲ ମାସ୍କ : ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

Tue May 25 , 2021
ଗୋଟିଏ ସମୟରେ ୨ ବଡ଼ ବିପଦର ସାମ୍ନା କରୁଛୁ,ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ଭୁବନେଶ୍ବର : ‘‘ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ। ଗୋଟିଏ କୋଭିଡ ଓ ଅନ୍ୟଟି ବାତ୍ୟା ‘ୟାସ୍’। ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, […]
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial