ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି। ଦନ୍ତେୱାଡା ଜିଲ୍ଲାର ମାଲେବାହୀ ଥାନା ଅଞ୍ଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଞ୍ଚଳକୁ ବୁଲିବାକୁ ଯାଇଥିଲା।ତେବେ ଗତ ଦୁଇ ଦିନ ତଳେ ନକ୍ସଲ ଜୟରାମ କଶ୍ୟପକୁ ଅପହରଣ କରି ନେଇଥିଲେ। ପରେ ଜଙ୍ଗଲରେ ପ୍ରଜାକୋର୍ଟ ବସାଇ ଜୟରାମକୁ ପୁଲିସ ଇନଫର୍ମର ଦର୍ଶାଇଥିଲେ। ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡେ ଦାବ ପାଇଁ ନିଷ୍ପତ୍ତି ପରେ ଜୟରାମକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରି ମାଲେବାହୀ ଛକ ନିକଟରେ ଫିଙ୍ଗି ଚାଲିଯାଇଥିଲେ। ଶବ ନିକଟରେ ଏକ ଚିଠି ମଧ୍ୟ ଛାଡି ଦେଇ ଚାଲିଯାଇଥିଲେ। ଆଜି ସକାଳେ ଗ୍ରାମବାସୀ ଜୟରାମର ଶବକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳିଯାଇଛି। ନକ୍ସଲ ପୁଣି ଏହି ଅଞ୍ଚଳରେ ହିଂସା ଘଟାଇଥିବାରୁ ଆଗକୁ ଆହୁରି ସ୍ଥିତି ଭୟଙ୍କର ହୋଇପାରେ ବୋଲି କୁହାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

Share Now:

Kalinga News Beuro

Next Post

ଆଇଏଏସ୍‌ ସ୍ତରରେ ଅଦଳବଦଳ : ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ସଚିବ ହେଲେ ଉଷା ପାଢ଼ୀ

Fri Dec 16 , 2022
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି। ତାଙ୍କୁ ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷାସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀମତୀ ପାଢ଼ୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ […]
ଉଷା ପାଢ଼ୀଙ୍କୁ ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial