ଦିଲ୍ଲୀରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ଜବରଦଖଲ ଉଚ୍ଛେଦ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ଜାହାଙ୍ଗୀରପୁରୀବାସୀ ଅଗ୍ରୀମ ନୋଟିସ ଦିଆଯାଇନଥିବା ନେଇ ଅଭିଯୋଗ କରିଥିଲେ। ଏବେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଗ୍ରୀମ ନୋଟିସ ଦେବାର ଆବଶ୍ୟକତା ନାହିଁ। ଏହା ପ୍ରଥମ ନୁହେଁ ୨୦୨୨ରେ ଜାନୁଆରିରୁ ଏପ୍ରିଲ ମଧ୍ୟରେ ୪ଥର ଜବରଦଖଲ ଉଚ୍ଛେଦ ହୋଇସାରିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶନିବାର ହୋଇଥିବା ହିଂସା ପରେ ଆଜି ପୁଣି ଏହି ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଜି ସକାଳୁ ସକାଳୁ ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର୍‌ ରାଜା ଇକ୍‌ବାଲ୍‌ ସିଂହ କହିଥିଲେ ଯେ, ସମଗ୍ର ଦିଲ୍ଲୀରେ ଜବରଦଖଲ ବିରୋଧୀ ଅଭିଯାନ ଚାଲିବ। ଏହି ଅଭିଯାନ ଲାଗି ଆମେ ନିରାପତ୍ତା ପାଇଁ ଅନୁରୋଧ କରିଛୁ। ତେବେ ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ଆରମ୍ଭ ହେବାର କିଛି ଘଣ୍ଟା ପରେ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବରିଷ୍ଠ ଆଡ୍‌ଭୋକେଟ୍‌ ଦୁଷ୍ୟନ୍ତ ଦାୱେ କହିଛନ୍ତି, ଜାହାଙ୍ଗୀରପୁରୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଅଣସ୍ବୀକୃତ ଅସାମ୍ବିଧାନିକ ଉଚ୍ଛେଦ ଆଦେଶ ଦିଆଯାଇଛି। ଦିଲ୍ଲୀର ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କ ବୟାନ ପରେ ଉତ୍ତର ଦିଲ୍ଲୀ ମହାନଗର ନିଗମ ଉଚ୍ଛେଦ କାମ ଆରମ୍ଭ କରିଥିଲା ବୋଲି ଚର୍ଚ୍ଚା ହେଉଛି। ଆଦେଶ ଗୁପ୍ତା କହିଥିଲେ ଯେ, ଶନିବାର ଜାହାଙ୍ଗୀରପୁରୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ସାମିଲ ଅଭିଯୁକ୍ତମାନେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରେ ରହୁଛନ୍ତି। ଏହାକୁ ଭାଙ୍ଗିଦେବା ଉଚିତ୍।

Share Now:

Kalinga News Beuro

Next Post

ଶୁକଶାରୀ ମନ୍ଦିର ପାର୍ଶ୍ୱ ଖନନ ବେଳେ ଗର୍ଭଗୃହରୁ ଦେବୀଙ୍କ ମୂର୍ତ୍ତି ଆବିଷ୍କୃତ

Wed Apr 20 , 2022
ଭୁବନେଶ୍ବର: ଶୁକଶାରୀ ମନ୍ଦିର କଡ଼ରେ ଖନନ ବେଳେ ପୁଣି ମିଳିଲା ଦେବାଦେବୀଙ୍କ ମୂର୍ତ୍ତି ଓ ମନ୍ଦିର। ଶାରୀ ମନ୍ଦିର ପରିସରରୁ ଆଜି ଆଉ ଏକ ମୂର୍ତ୍ତି ଏଏସ୍‌ଆଇ ଦ୍ଵାରା ଠାଵ କରାଯାଇଛି। ପୂର୍ବରୁ ମନ୍ଦିର ବାହାରିଥିଲେ ହେଁ ଏହା କେଉଁ ଦେବୀ, ଦେବତାଙ୍କ ମନ୍ଦିର ଜଣାପଡ଼ି ନ ଥିଲା। କିନ୍ତୁ ଆଜି ମନ୍ଦିରର ଗର୍ଭଗୃହରୁ ଖନନ ସମୟରେ ଚାରିଭୁଜ ଥିବା ମା’ ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି। ମନ୍ଦିର ପରିସରକୁ ଅର୍ଦ୍ଧନାରୀଶ୍ଵରଙ୍କ […]
ମନ୍ଦିରର ଗର୍ଭଗୃହରୁ ଦେବୀଙ୍କ ମୂର୍ତ୍ତି ଆବିଷ୍କୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial