ଶୁକଶାରୀ ମନ୍ଦିର ପାର୍ଶ୍ୱ ଖନନ ବେଳେ ଗର୍ଭଗୃହରୁ ଦେବୀଙ୍କ ମୂର୍ତ୍ତି ଆବିଷ୍କୃତ

ମନ୍ଦିରର ଗର୍ଭଗୃହରୁ ଦେବୀଙ୍କ ମୂର୍ତ୍ତି ଆବିଷ୍କୃତ

ଭୁବନେଶ୍ବର: ଶୁକଶାରୀ ମନ୍ଦିର କଡ଼ରେ ଖନନ ବେଳେ ପୁଣି ମିଳିଲା ଦେବାଦେବୀଙ୍କ ମୂର୍ତ୍ତି ଓ ମନ୍ଦିର। ଶାରୀ ମନ୍ଦିର ପରିସରରୁ ଆଜି ଆଉ ଏକ ମୂର୍ତ୍ତି ଏଏସ୍‌ଆଇ ଦ୍ଵାରା ଠାଵ କରାଯାଇଛି। ପୂର୍ବରୁ ମନ୍ଦିର ବାହାରିଥିଲେ ହେଁ ଏହା କେଉଁ ଦେବୀ, ଦେବତାଙ୍କ ମନ୍ଦିର ଜଣାପଡ଼ି ନ ଥିଲା। କିନ୍ତୁ ଆଜି ମନ୍ଦିରର ଗର୍ଭଗୃହରୁ ଖନନ ସମୟରେ ଚାରିଭୁଜ ଥିବା ମା’ ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି। ମନ୍ଦିର ପରିସରକୁ ଅର୍ଦ୍ଧନାରୀଶ୍ଵରଙ୍କ ମୂର୍ତ୍ତି ମଧ୍ୟ ଖନନ ବେଳେ ମିଳିଛି। ତେବେ ପ୍ରାଥମିକ ଯାଞ୍ଚରୁ ଏହା ୬ଷ୍ଠ କିମ୍ବା ୭ମ ଶତାଦ୍ଦୀର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଏକାମ୍ର ବିକାଶ କାର୍ଯ୍ୟ ଆରମ୍ଭ ପରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରୀ ମନ୍ଦିର ଆଖପାଖ ଖନନ କାର୍ଯ୍ୟ କରାଯାଉଛି। ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳିଛି। ଗତ ୨୦୨୧ମସିହା ଡିସେମ୍ବର ୧୨ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁ ଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମ ମୁହାଁ ହୋଇ ରହିଥିଲା। ସେହିପରି ଗତ ୨୦୨୧ମସିହା ଅକ୍ଟୋବର ୩୦ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ଏଥି ସହ ଏକ ଶିଳର ପୁଆ ଉଦ୍ଧାର ହୋଇଥିଲା। ସେଠାରେ ସେହିପରି ଏକ ଲିଙ୍ଗର ଯୋନୀ ସ୍ଥଳ ବାହାରିବା ଏକ ମନ୍ଦିରର ମୂଳଦୁଆ ଓ ଅନ୍ୟ ଗୋଟିଏ ମନ୍ଦିରର ମୂଳଦୁଆ ମଧ୍ୟ ବାହରିଥିଲା। ଅର୍ଥାତ୍ ବର୍ତମାନ ସୁଦ୍ଧା ସମୁଦାୟ ୪ଟି ଭଗ୍ନ ମନ୍ଦିର ବାହାରିବା ସହ ଗୋଟିଏ ମନ୍ଦିରର ମୂଳଦୁଆ ଓ ଲିଙ୍ଗର ଯୋନୀ ସ୍ଥଳ ଉଦ୍ଧାର ହୋଇଛି। ଏଥି ସହ ଶୁକଶାରୀ ମନ୍ଦିର ସିଂହଦ୍ବାର ପାହାଚ ଓ ମୂଳଦୁଆ କାଟି ଏକ ଡ୍ରେନ୍ ଯାଇଥିବା ଜଣାପଡ଼ିଥିଲା। ତେବେ ଏହି ଖନନ କାଯ୍ୟ ଚାଲୁ ରହିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ସ୍କୁଲ ବସର ଜୋରଦାର ଚେକିଂ : ୭ଟି ବସରୁ ଫାଇନ ଆଦାୟ

Wed Apr 20 , 2022
କଟକ: ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ହଜାର ହଜାର ସ୍କୁଲ ଭ୍ୟାନ ଚଳାଚଳ କରୁଛି। କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ? ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବସରେ କଣ ବ୍ୟବସ୍ଥା ରହିବା ଆବଶ୍ୟକ? ଯାହାଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ରହି ପାରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାଲୁଥିବା ବସ ପାଇଁ ସୁପ୍ରିମକୋର୍ଟ କିଛି ନିୟମ ଜାରି କରିଛନ୍ତି। ଆଉ ଏହି […]
ସ୍କୁଲ ବସର ଜୋରଦାର ଚେକିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial