୬୦ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ବନ୍ଦ ହେଲାନି ପାଣି ଗଳିବା: ଶ୍ରୀଲିଙ୍ଗରାଜ ମନ୍ଦିର ସ୍ଥିତି ପରଖିବେ ଏଏସ୍ଆଇ ନିର୍ଦ୍ଦେଶକ

ଶ୍ରୀଲିଙ୍ଗରାଜ ମନ୍ଦିର ସ୍ଥିତି ପରଖିବେ ଏଏସ୍ଆଇ

ପୁରୁଣା ଭୁବନେଶ୍ୱର: ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳିବା ବନ୍ଦ ହେଲାନାହିଁ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସ୍ଆଇର ଅଣଦେଖା ପୁଣି ପଦାରେ ପଡ଼ିଛି। ମନ୍ଦିରରୁ ପାଣି ଗଳୁଥିବାର ଭିଡିଓ ଭାଇରାଲ ହେବା ପରେ ଏଏସ୍‌ଆଇ ବିରୋଧରେ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି। ଗର୍ଭଗୃହରୁ ପାଣି ଗଳୁଥିବାର ଭିଡିଓକୁ ନେଇ ଏଏସ୍ଆଇ କର୍ତ୍ତୃପକ୍ଷ ବି ଚିନ୍ତାରେ ପଡ଼ିଛନ୍ତି। ଏହାର ଅନୁଧ୍ୟାନ କରିବାକୁ ଦିଲ୍ଲୀରୁ ଏଏସ୍ଆଇ ସଂରକ୍ଷଣ ନିର୍ଦ୍ଦେଶକ ଭିମା ଅଜମିର ଆସନ୍ତାକାଲି ଅର୍ଥାତ୍ ସୋମବାର ମନ୍ଦିରକୁ ଆସିବେ।
୨୦୨୧ ଡିସେମ୍ବର ୨୮ତାରିଖରେ ଏଏସ୍ଆଇ ଅତିରିକ୍ତ ଡିଜି ଡ. ଆଲୋକ ତ୍ରିପାଠୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା ଅନୁଧ୍ୟାନ କରିଥିଲେ। ସେହିପରି ଅନ୍ୟ ମନ୍ଦିର ସମ୍ପର୍କରେ ପଚାରି ବୁଝିଥିଲେ। ମନ୍ଦିରଗୁଡ଼ିକରେ ଲାଗି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ତତ୍କାଳୀନ ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସହ ଆଲୋଚନା କରିବା ସହ ଶ୍ରୀଲିଙ୍ଗରାଜ ମନ୍ଦିର ମରାମତି ପାଇଁ ୧କୋଟି ୨୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଠିକାଦାର ୬୦ଲକ୍ଷ ଟଙ୍କାର କାମ କରିଥିଲେ। ଏହାପରେ ଅନୁଦାନ ଟଙ୍କା ଫେରିଯାଇଥିଲା। କିନ୍ତୁ ୬୦ ଲକ୍ଷ ଟଙ୍କା‌ ବ୍ୟୟ ହେବା ପରେ ବି ମନ୍ଦିରର ପାଣି ଗଳିବା ସମସ୍ୟା ସମାଧାନ ହୋଇପାରିଲାନାହିଁ। ଏଏସ୍ଆଇର ବିଭିନ୍ନ ଅଧିକାରୀଙ୍କ ଉଦାସୀନତା ପାଇଁ ୬୦ଲକ୍ଷ ପାଣିରେ ପଡ଼ିଲା ବୋଲି ଲୟର୍ସ ଗ୍ରୁପ୍‌ ଅଧ୍ୟକ୍ଷ ଲିଙ୍ଗରାଜ ଦାଶ କହିଛନ୍ତି। ସୂଚନାଯୋଗ୍ୟ ଯେ ଏବେ ବର୍ଷା ହେଲେ ସିଂହଦ୍ବାର ନିକଟରେ ପାଣି ଜମିବା ସହ ବିଭିନ୍ନ ମନ୍ଦିରରୁ ପାଣି ଗଳୁଛି।

Share Now:

Kalinga News Beuro

Next Post

ପୁଣି ରେଳ ଅଘଟଣ : ୩୦ ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

Tue Aug 22 , 2023
ଭଦ୍ରକ: ଭଦ୍ରକ ରେଳଷ୍ଟେସନରେ ଚଲନ୍ତା ମାଲବାହୀ ଟ୍ରେନ୍‌ ୩୦ଟି ବଗିକୁ ଛାଡ଼ି ପଳାଇଛି। ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଇଂଜିନ ଠାରୁ ବଗିଗୁଡ଼ିକ ଅଲଗା ରହିବା ପରେ ପୁଣି ଥରେ ଯୋଡ଼ାଯାଇଛି। ରେଳ କର୍ମଚାରୀଙ୍କ ଖାମଖିଆଲି ଓ ଅବହେଳା କାମ ଯୋଗୁ ଏହିପରି ହୋଇଥିବା ନେଇ ଆଲୋଚନା ହେଉଛି। ଘଟଣାଟି ଘଟିଛି ଆଜି ଅପରାହ୍ନ ସମୟରେ। ଭଦ୍ରକ ଷ୍ଟେସନର ୧୧୮ ନଂ ଏଲସି ଗେଟ୍ ଡଗରା ସାହି ନିକଟରେ ଏପରି […]
୩୦ ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial