ପୁଣି ରେଳ ଅଘଟଣ : ୩୦ ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

୩୦ ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

ଭଦ୍ରକ: ଭଦ୍ରକ ରେଳଷ୍ଟେସନରେ ଚଲନ୍ତା ମାଲବାହୀ ଟ୍ରେନ୍‌ ୩୦ଟି ବଗିକୁ ଛାଡ଼ି ପଳାଇଛି। ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଇଂଜିନ ଠାରୁ ବଗିଗୁଡ଼ିକ ଅଲଗା ରହିବା ପରେ ପୁଣି ଥରେ ଯୋଡ଼ାଯାଇଛି। ରେଳ କର୍ମଚାରୀଙ୍କ ଖାମଖିଆଲି ଓ ଅବହେଳା କାମ ଯୋଗୁ ଏହିପରି ହୋଇଥିବା ନେଇ ଆଲୋଚନା ହେଉଛି। ଘଟଣାଟି ଘଟିଛି ଆଜି ଅପରାହ୍ନ ସମୟରେ। ଭଦ୍ରକ ଷ୍ଟେସନର ୧୧୮ ନଂ ଏଲସି ଗେଟ୍ ଡଗରା ସାହି ନିକଟରେ ଏପରି ଘଟଣା ଘଟିଥିଲା। ଯଦି ଏହି ସମୟରେ ଏହି ଲାଇନରେ ଅନ୍ୟ ଏକ ଟ୍ରେନ୍ ଆସିଥାନ୍ତା ପରିସ୍ଥିତି ଅନାୟତ ହୋଇଥାନ୍ତା।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାରେ କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଆଗକୁ ପଳାଇଥିଲା। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ଗତ ବୁଧବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍‌ର ଗୁଂଜିତରା ନିକଟରେ ସାଢ଼େ ୪ଟାରେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ଭୁବନେଶ୍ୱରରୁ ଏକ ମାଲବାହୀ ଟ୍ରେନ୍‌ (କୋଇଲା ବୋଝେଇ) ଟିଟିଲାଗଡ଼ ଅଭିମୁଖେ ବାହାରି ଥିଲା। ପ୍ରାୟ ସାଢ଼େ ୪ଟାରେ କୋଇଲା ବୋଝେଇ ମାଲବାହୀ ଟ୍ରେନର ୮ ଗୋଟି ବଗି ଷ୍ଟେସନ ପୂର୍ବରୁ ଗୁଞ୍ଚିତରା ଫାଟକ ନିକଟରେ ଛିଣ୍ଡି ଅଲଗା ହୋଇଯାଇଥିଲା। ବଗି ଅଲଗା ହୋଇ ବିପରୀତ ଦିଗରେ ପଛକୁ ଫେରିଥିବା ବେଳେ ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗି ଷ୍ଟେସନ ଅଭିମୁଖେ ଆଗକୁ ପକେଇଥିଲା। ତେବେ ଫାଟକରେ ଥିବା କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଫୋନ ଯୋଗେ ଜଣାଇବା ପରେ ବିଭାଗୀୟ ତତ୍ପରତା ଦେଖାଦେଇ ଥିଲା। ତେବେ ଏଥିଯୋଗୁଁ ଏହି ଫାଟକଟି ୨ ଘଣ୍ଟାରୁ ଊର୍ଦ୍ଧ ସମୟଧରି ବନ୍ଦ ରହିଥିଲା।

Share Now:

Kalinga News Beuro

Next Post

୪ଦିନିଆ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ : ୫ଜଣଙ୍କୁ ମିଳିଲା ‘ଫଟୋ ବନ୍ଧୁ ସମ୍ମାନ’

Tue Aug 22 , 2023
ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ […]
୪ଦିନିଆ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial