ସାନଖେମୁଣ୍ଡି ବିଜେପି ପକ୍ଷରୁ ବ୍ଲକ ଅଫିସ ସାମ୍ନାରେ ଗଣଧାରଣା

Prabasi Odia on Strike at Sanakhemundi Panchayat Samiti office

ସାନଖେମୁଣ୍ଡି : କରୋନା ମହାମାରୀ ସମୟରେ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଓଡିଶା ଫେରିଥିଲେ। ସେହି ସମୟରେ ରାଜ୍ୟ ସରକାର କ୍ୱାରେଣ୍ଟିନ ଅବଧି ଶେଷ ପରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ୨ହଜାର ଲେଖାଏଁ ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର ସେହି ଘୋଷଣା ସାନଖେମୁଣ୍ଡି ଅଞ୍ଚଳରେ ଠିକ ଭାବରେ ହେଉ ନ ଥିବାରୁ ଆଜି ସାନଖେମୁଣ୍ଡି ବିଜେପି ପକ୍ଷରୁ ବ୍ଲକ ଅଫିସ ସାମ୍ନାରେ ଗଣଧାରଣା ଦିଆଯାଇଛି। ସାନଖେମୁଣ୍ଡି ଅଞ୍ଚଳର ଲୋକମାନେ ସୁରତରୁ ଫେରିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହି ଘରକୁ ଫେରିଥିଲେ। ମାତ୍ର ଫେରିବା ପରେ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ହେତୁ ଏହି ପ୍ରତିବାଦ କରାଯାଇଥିଲା। ଅସନ୍ତୋଷ ଲୋକମାନେ ସାମାଜିକ ଦୂରତା ରକ୍ଷାକରି ,ମାସ୍କ ପିନ୍ଧି ବିଜେପି ଯୁବନେତା ଏମ .ଚିନ୍ମୟ ରେଡ୍ଡୀଙ୍କ ନେତୃତ୍ୱରେ ବ୍ଲକ ଅଫିସ ସମୁଖରେ ଧାରଣା ଦେଇଥିଲେ।

ଏ ସମ୍ପର୍କରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ପ୍ରୋତ୍ସାହନ ରାଶି ଦିଆ ସାରିଛି। ଯେଉଁମାନେ ପାଇପାରି ନାହାନ୍ତି ସେମାନଙ୍କୁ ଚିହ୍ନଟ କରି ଆଗାମୀ ୧୫ ଦିନ ଭିତରେ ଦିଆଯିବାର ବ୍ୟବସ୍ଥା ହେବ। ସେଥିରେ କୌଣସି ଅସୁବିଧା ହେବନାହିଁ।

Share Now:

Kalinga News Beuro

Next Post

କରୋନା ରିପୋର୍ଟରେ ସାଂଘାତିକ ତ୍ରୁଟି : ସକାଳେ ନେଗେଟିଭ୍‌, ରାତିରେ ପଜିଟିଭ୍‌

Fri Aug 7 , 2020
ଜୋର୍‌ ଜବରଦସ୍ତ ଆକ୍ରାନ୍ତଙ୍କୁ ନିଆଗଲା କୋଭିଡ୍‌ ସେଣ୍ଟର କଟକ/ବିରିଡ଼ି : କରୋନାର ସ୍ବାବ ପରୀକ୍ଷା ରିପୋର୍ଟକୁ ନେଇ ପୁଣି ଏକ ସାଂଘାତିକ ତ୍ରୁଟି ସାମନାକୁ ଆସିଛି। ବଡ଼ମ୍ବା ଅଞ୍ଚଳର ଜଣେ ୧୦ ବର୍ଷର ଝିଅକୁ କରୋନା ପଜିଟିଭ୍ ଦର୍ଶାଇ ୧୦ ଦିନ କୋଭିଡ ହସ୍ପିଟାଲରେ ରଖାଯିବା ଏବଂ ବାସ୍ତବରେ ତାଙ୍କର ମୂଳ ରିପୋର୍ଟ ନେଗେଟିଭ୍ ଥିବା ଘଟଣା ସାମନାକୁ ଆସିଥିବାବେଳେ ଆଜି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ପୁଣି ଏକ […]
କରୋନା ରିପୋର୍ଟରେ ସାଂଘାତିକ ତ୍ରୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial