ରାଜଧାନୀ ଉପକଣ୍ଠରେ ଭୁଲିଗଲେ କଟକଣା : ରୁଣ୍ଡ ହୋଇ ମାଛ ଧରିଲେ, ଖଟି କଲେ, ପୁଲିସର ଲାଠିମାଡ଼

ବାଲିପାଟଣା : ପୂରା ଦେଶ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ୬ ଦିନ ବିତିଛି। ବହୁ ଅସୁବିଧା ସତ୍ତ୍ୱେ ଲୋକେ ଏହାକୁ ସ୍ୱତଃସ୍ଫୂର୍ତ୍ତ ଭାବେ ପାଳନ କରୁଥିବା ବେଳେ ବାଲିପାଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ସରାଟ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ନିକଟ ପଞ୍ଚାୟତ ପୋଖରୀ‌ ଓ ବସନ୍ତମାଳ ଗାଁ ପୋଖରୀରେ ଆଜି ୩୦ରୁ ଉର୍ଦ୍ଧ୍ୱ ଯୁବକ ଏକାଠି ହୋଇ ମାଛ ଧରୁଥିଲେ। ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଅମାନିଆ ଯୁବକଙ୍କୁ ଲାଠିମାଡ଼ କରିବାରୁ ସେମାନେ ସେଠାରୁ ପଳାଇଥିଲେ। ଖାଲି ସେତିକି ନୁହେଁ, ସକାଳ ଓ ସଂଧ୍ୟାରେ ଗାଁ ଚାନ୍ଦିନୀ ପଡ଼ିଆ, ସାହି ଦୋକାନ, ବ୍ରିଜ୍‌ ନିକଟରେ ଲୋକେ ଏକାଠି ହୋଇ ଖଟି କରୁଛନ୍ତି। ଲୁଡୁ, ତାସ୍‌, ଚେସ୍‌, କ୍ୟାରମ୍‌ ଖେଳରେ ମାତି ଯାଉଛନ୍ତି।
ଅପରପକ୍ଷେ ସାମାଜିକ ଦୂରତା ରକ୍ଷା ପାଇଁ ଆଜି ପ୍ରଶାସନ ଉପସ୍ଥିତିରେ ଗୋରୁହାଟ ପଡ଼ିଆରେ ବାଲିପାଟଣା ହାଟ ବସିଥିଲା। ପୂର୍ବରୁ ଏହି ହାଟ ମେଳଣ ପଡ଼ିଆରେ ହେଉଥିଲା। ବ୍ୟବସାୟୀ-ବ୍ୟବସାୟୀ, ବ୍ୟବସାୟୀ-ଗ୍ରାହକ ଓ ଗ୍ରାହକ-ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଗୋଲେଇ କଟା ଯାଇଥିଲା। ବାଲିପାଟଣା ତହସିଲ, ପୁଲିସ୍‌ ଓ ସ୍ୱେଚ୍ଛାସେବୀ ଯୁବକମାନେ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରାଇଥିଲେ।

Share Now:

Kalinga News Beuro

Leave a Reply

Next Post

ଗୋଟିଏ ପରିବାରର ୨୫ ଜଣ ଭାଇରସ୍‌ ଆକ୍ରାନ୍ତ:ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ ୭ ମାସର ଶିଶୁ

Mon Mar 30 , 2020
ପୁନେ: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ପୁଣି ଜଣେ ୨ ବର୍ଷର ଶିଶୁ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛି। ଏଥିସହ ସାଙ୍ଗ୍‌ଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ଏହି ସମସ୍ତ ୨୫ ଜଣ ସଦସ୍ୟ ଗୋଟିଏ ପରିବାରର। ରାଜ୍ୟ ସରକାର ଏବେ ସାଙ୍ଗ୍‌ଲିରେ ଭାଇରସ୍‌ ନିୟନ୍ତ୍ରଣ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଡାକ୍ତରୀ ଦଳ ପଠାଇଛନ୍ତି। ମିରଜ୍‌ ସିଭିଲ୍‌ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟସେବାକୁ ସରକାର ହାତକୁ ନେଇଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial