ହଂସପାଳ ଫ୍ଲାଏଓଭର୍‌ର ଶିଳାନ୍ୟାସ ଆଜି: ଦେଢ଼ ବର୍ଷରେ ସରିବ ନିର୍ମାଣ

ଭୁବନେଶ୍ୱର: ବହୁ ଟଣାଓଟରା ପରେ ହଂସପାଳ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଫ୍ଲାଏଓଭର ନିର୍ମାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏଠାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁଁ ଏଠାରେ ଫ୍ଲାଏଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି। ସୋମବାର ସକାଳ ୮ଟାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାର ଶିଳାନ୍ୟାସ କରିବେ। ଏହି ଫ୍ଲାଏଓଭର ନିର୍ମାଣ ହେଲେ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଲୋକମାନେ ଉପକୃତ ହେବେ। ଫ୍ଲାଏଓଭର ନିର୍ମାଣ ପାଇଁ ପୂର୍ବରୁ ଭୁବନେଶ୍ୱର ଉତ୍ତରର ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନେ ବାରମ୍ବାର ଦାବି କରୁଥିଲେ। ଏପରିକି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ହେବା ପରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହ ଆଲୋଚନା କରିବା ପରେ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଥିଲା।

Share Now:

Kalinga News Beuro

Next Post

ବରାଦିରେ ମିଳୁଛି ଅବଢ଼ା:କରୋନା କଟକଣା ମାନି ହେଉଛି ରୋଷେଇ,ସଟ୍‌ଡାଉନ୍‌ରେ ବନ୍ଦ

Mon Jun 8 , 2020
ପୁରୁଣା ଭୁବନେଶ୍ୱର: କରୋନା ପ୍ରଭାବରେ ସାରା ଦେଶରେ ଦେବଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିରଗୁଡ଼ିକ ମଧ୍ୟ ସେଥିରୁ ମୁକୁଳି ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ନୀତିକାନ୍ତି ହେଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଅବଢ଼ା ପାଇବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରର ଆନନ୍ଦ ବଜାର ଖାଁ ଖାଁ ରହିଛି। କେବଳ କାଁ ଭାଁ ବରାଦିରେ ମିଳୁଛି ଅନନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial