ଭୁବନେଶ୍ୱର ସାଂସଦଙ୍କ ଦ୍ୱାରା ୨ ଫୁଟ୍ଓଭର ବ୍ରିଜ୍‌ର ଶିଳାନ୍ୟାସ

୨ ଫୁଟ୍ଓଭର ବ୍ରିଜ୍‌ର ଶିଳାନ୍ୟାସ

ଭୁବନେଶ୍ୱର: ଶେଷରେ ବହୁ ପ୍ରତୀକ୍ଷିତ ସତ୍‌ସଙ୍ଗବିହାର ଓ ନୂଆପଲ୍ଲୀ ଫୁଟ୍ଓଭର ବ୍ରିଜ୍‌ର ଶିଳାନ୍ୟାସ ହୋଇଯାଇଛି। ଏନ୍‌ଏଚ୍‌ଏଆଇର ଅଧିକାରୀମାନଙ୍କ ଉପସ୍ଥିତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶିଳାନ୍ୟାସ କରିଛନ୍ତି। ଏହି ବ୍ରିଜ୍‌ର ନିର୍ମାଣ ପାଇଁ ସାଢ଼େ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସୂଚନାଯୋଗ୍ୟ ସତସଙ୍ଗ ବିହାର ଓ ନୂଆପଲ୍ଲୀରେ ଫୁଟ୍ଓଭର ବ୍ରିଜ୍‌ ନିର୍ମାଣ ନେଇ ବହୁ ଦିନ ଧରି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଆସୁଥିଲେ। ଏଠାରେ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣାରେ ବହୁ ପ୍ରାଣହାନୀ ଘଟୁଥିଲା। ଏହି ଓଭର ବ୍ରିଜ୍‌ ହେବା ପରେ ଦୁର୍ଘଟଣା କମିବା ସହ ସ୍ଥାନୀୟବାସିନ୍ଦାମାନେ ସୁରୁଖୁରୁରେ ରାସ୍ତା ପାର୍‌ କରିପାରିବେ।

Share Now:

Kalinga News Beuro

Next Post

ବିଏମ୍‌ସିର ୬୯୦ କୋଟିର ଚିଠା ବଜେଟ୍‌

Sat Jan 28 , 2023
ସହର ଉପକଣ୍ଠ ପ୍ରତି ନଜର ପଡ଼ିବ ସରକାରଙ୍କର ପୁରୁଣା ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମ୍‌ସିର ଚିଠା ବଜେଟ୍‌ ଆଜି କାଉନସିଲ୍‌ ବୈଠକରେ ଉପସ୍ଥାପିତ ହୋଇଛି। ବଜେଟ୍‌ର ଆକାର ୬୯୦ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ବିଏମ୍‌ସିର ନିଜସ୍ୱ ଆୟ ୫୮୯ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ମାସରେ […]
ବିଏମ୍‌ସିର ୬୯୦ କୋଟିର ଚିଠା ବଜେଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial