ଚନ୍ଦ୍ରଯାନ ୩ ଉତ୍‌କ୍ଷେପଣ ପୂର୍ବରୁ ପୂଜାର୍ଚ୍ଚନା କଲେ ‘ଇସ୍ରୋ’ ବୈଜ୍ଞାନିକ

ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ‘ଇସ୍ରୋ’ ବୈଜ୍ଞାନିକ

ତିରୁପତି: ଉତ୍‌କ୍ଷେପଣ ପୂର୍ବରୁ ଆଜି ‘ଇସ୍ରୋ’ର ଦଳେ ବୈଜ୍ଞାନିକ ‘ଚନ୍ଦ୍ରଯାନ-୩’ର ଗୋଟାଏ ଛୋଟ ‘ମଡେଲ୍‌’ ନେଇ ତିରୁପତି ଭେଙ୍କଟାଚଳାପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନରେ ‘ଇସ୍ରୋ’ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌) ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶ୍ରୀହରିକୋଟା ଅନ୍ତର୍ଗତ ‘ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌’ରୁ ଜୁଲାଇ ୧୪ ତାରିଖ ଅପରାହ୍ନ ୨.୩୫ରେ ‘ଇସ୍ରୋ’ ଟିମ୍‌ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରିବ। ସ୍ପେସ୍‌ ସେଣ୍ଟର୍‌ରେ ଥିବା ‘ଜିଏସ୍‌ଏଲ୍‌ଭି’ ମାର୍କ-୩’ ‘ହେଭି ଲିଫ୍‌ଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ରେ ଏହି ଚନ୍ଦ୍ରଯାନ ଉତ୍‌କ୍ଷେପଣ କରାଯିବ। ଏଥିରେ ରହିଛି ଗୋଟିଏ ଲ୍ୟାଣ୍ଡର୍‌ ଓ ରୋଭର୍‌। ଏହି ଚନ୍ଦ୍ରାଭିଯାନ ଲାଗି ଆଜିଠାରୁ ‘ଓଲଟ ଗଣନ’ ବା ‘କାଉଣ୍ଟ୍‌ଡାଉନ୍‌’ ଆରମ୍ଭ ହେବ। ସୂଚନାଯୋଗ୍ୟ, ‘ଚନ୍ଦ୍ରଯାନ-୨’ ଅଭିଯାନ ସମ୍ମୁଖୀନ ହୋଇଥିବା ଚାଲେଞ୍ଜ୍‌ ପ୍ରତି ଧ୍ୟାନ ଦିଆଯାଇ ‘ଚନ୍ଦ୍ରଯାନ-୩’କୁ ପ୍ରସ୍ତୁତ କରାଯାଇଛି। ଉତ୍‌କ୍ଷେପଣର ୧୬ ମିନିଟ୍‌ ପରେ ଏହାର ‘ପ୍ରପ୍ୟୁଲ୍‌ସନ୍‌ ମୋଡ୍ୟୁଲ୍‌’ ରକେଟ୍‌ରୁ ପୃଥକ ହୋଇଯିବ ବୋଲି ଆଶା କରାଯାଉଛି। ତା’ପରେ ଏହା ପୃଥିବୀ ଚତୁଃପାର୍ଶ୍ଵରେ ୫/୬ ଥର ଘୂରିବା ପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିବ।

Share Now:

Kalinga News Beuro

Next Post

ଦୟା ୱେଷ୍ଟ କେନାଲ୍‌ର ହେବ ଡ୍ରୋନ୍‌ ସର୍ଭେ : ୬ ଥାକିଆ ରାସ୍ତା ପାଇଁ ବାଟ ଫିଟିବ

Thu Jul 13 , 2023
ଭୁବନେଶ୍ୱର: ଦୟାୱେଷ୍ଟ କେନାଲ ଦୁଇକଡ଼ ଦେଇ ଯିବାକୁ ଥିବା ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ଡ୍ରୋନ୍‌ ସର୍ଭେ ହେବ। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮କିମି ବନ୍ଧରେ କେତେ ଜବରଦଖଲ ଅଛି? କେତେ ଖାଲି ଜାଗା ଅଛି? କେତେ ବସ୍ତି ଅଛି? କି କି ପ୍ରକାରର ନିର୍ମାଣ ଅଛି? ଏସବୁର ସର୍ଭେ ଡ୍ରୋନ୍‌ କରିବ। ଏଥିପାଇଁ ବିଡିଏ ଠିକା ସଂସ୍ଥା ଚୟନ କରୁଛି। ଦୟା ଅବବାହିକାର ଅନେକ ଜାଗାରେ […]
ଦୟା ୱେଷ୍ଟ କେନାଲ୍‌ର ହେବ ଡ୍ରୋନ୍‌ ସର୍ଭେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial