ମରଣଯନ୍ତା ପାଲଟିଛି ରାସ୍ତା : ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

ପାଣିକୋଇଲି: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ମୂଳାପାଳ ଗ୍ରାମ ଠାରୁ ବୈତରଣୀ ବ୍ରିଜ୍‌ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ବୈତରଣୀ ନଦୀବନ୍ଧରେ ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ କାଦୁଅରେ ଫସି ରହିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସଟିକୁ ବାହାର କରାଯାଇଥିଲା। ଏହି ନଦୀବନ୍ଧ ରାସ୍ତାରେ ମୂଳାପାଳ ପଞ୍ଚାୟତର ଲୋକମାନେ ବ୍ୟାଙ୍କ, ସ୍କୁଲ୍‌ କଲେଜ, ଲିଙ୍ଗେଶ୍ବର ଶିଶୁମନ୍ଦିର ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ପ୍ରତିଦିନ ଯାତାୟାତ କରନ୍ତି। ହେଲେ ଏହିରାସ୍ତା ଏବେ ଯାତାୟାତ ଉପଯୋଗୀ ହୋଇ ରହିନାହି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକମାନେ ଷଠିପୁର ଦେଇ ୫ କିଲୋମିଟର ଦୂର ବୁଲି ଆସିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଠିକାସଂସ୍ଥା ବନ୍ଧକାମ ଅଧାରୁ ଛାଡ଼ି ପଳାଇ ଯାଇଛି।
ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥ ବୈତରଣୀ ବ୍ରିଜ୍‌ ଠାରୁ ରୁଢ଼ିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ଅନୁମୋଦନ ମିଳିଥିଲା। ଖରାଦିନେ ଠିକାସଂସ୍ଥା ଓସିସି ପକ୍ଷରୁ ଏହି ବନ୍ଧରେ ମାଟି ପକାଯାଇ ଚଉଡ଼ା ଓ ଉଚ୍ଚତା କରାଯାଇଥିଲା। ବର୍ଷାଦିନ ପୂର୍ବରୁ କାମ ସରିବା କଥା। କିନ୍ତୁ ଠିକା ସଂସ୍ଥା କାମ ଛାଡ଼ି ପଳାଇ ଯାଇଛି। ଫଳରେ ଉକ୍ତ ରାସ୍ତାରେ ଏବେ ଯାତାୟାତ ସମ୍ଭବ ହେଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ଜି-୨୦ କାଗଜପତ୍ରରେ ‘ବସୁଧୈବ କୁଟୁମ୍ବକମ୍’ ଲେଖାଯାଇପାରିବନି : ଚୀନ

Tue Aug 8 , 2023
ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଜି-୨୦ର ସଭାପତି ଥିବାବେଳେ ଭାରତରେ ଜି-୨୦ର ବିଭିନ୍ନ ସମ୍ମିଳନୀମାନ ଆୟୋଜନ କରାଯାଉଛି। ତେବେ ଚୀନ କେତେକ କ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି କରିବାରେ ଲାଗିଛି। ପୂର୍ବରୁ ଚୀନ କଶ୍ମୀରରେ ହୋଇଥିବା ଜି-୨୦ ବୈଠକକୁ ବର୍ଜନ କରିଥିବାବେଳେ ଏବେ ଆଉ ଏକ ପ୍ରସଙ୍ଗ ଉଠାଇ ଭାରତକୁ ଅପଦସ୍ଥ କରିବାକୁ ଉଦ୍ୟମ କରୁଛି।ଜି-୨୦ର ଲୋଗୋ ଓ ବିଭିନ୍ନ କାଗଜପତ୍ରରେ ‘ବସୁଧୈବ କୁଟୁମ୍ବକମ୍’ ଉଲ୍ଲେଖ ରହିବାକୁ ବିରୋଧ […]
‘ବସୁଧୈବ କୁଟୁମ୍ବକମ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial