ସହରାଞ୍ଚଳ ପରି ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଗଡ଼ିବ ମୋ ବସ୍‌

ଗାଁରେ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍‌ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଲୋକଙ୍କୁ ସର୍ବସାଧାରଣ ପରିବହନ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନା ମାଧ୍ୟମରେ ବ୍ଲକରୁ ପ୍ରତି ପଞ୍ଚାୟତକୁ ମୋ ବସ୍‌ ସେବା ମିଳିବ। ପ୍ରଥମ ପର୍ଯାୟରେ ପାଇଲେଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। ଏଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ୍‌ ଚାଲିବ।
ସୂଚନାଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲା ଅଧିନରେ ୩୧୪ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକର ଅଧିନରେ ୬୭୯୮ଟି ପଞ୍ଚାୟତ ଅଛି। ବ୍ଲକ ମୁଖ୍ୟାଳୟ ଠାରୁ ପଞ୍ଚାୟତଗୁଡ଼ିକୁ ସଂଯୋଗ କରିବା ପାଇଁ ଅତି କମରେ କେତେ ବସ୍‌ ଚାଲିବ ଏବଂ କିମି ପିଛା ଯାତ୍ରୀ ଭଡ଼ା କେତେ ରହିବ ସେ ନେଇ ଯଦିଓ ଘୋଷଣା କରାଯାଇ ନାହିଁ। ତଥାପି ଏହି ସେବା ଆରମ୍ଭ ହେବା ଦ୍ୱାରା ଲୋକଙ୍କୁ କମ୍‌ ଯାତ୍ରୀ ଭଡ଼ାରେ ଯିବାଆସିବା ସୁବିଧା ହୋଇପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟରେ ଡ୍ରାଇଭର ଓ କଣ୍ଡକ୍ଟର ପଦବିରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

Share Now:

Kalinga News Beuro

Next Post

ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

Wed May 24 , 2023
କଟକ: ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଜଣେ ଡାକ୍ତରଙ୍କ କ୍ଲିନିକ୍‌ରେ ଚଢଉ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଉପସ୍ଥିତ ଥିଲେ। ତେବେ ବହୁ ପୂର୍ବରୁ ଏହି କ୍ଲିନିକ୍‌ରେ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଆଜି ଚଢଉ ଏଠାରେ ଏଭଳି କାର୍ଯ୍ୟ ହେଉଥିବା ନେଇ ପ୍ରମାଣ ମିଳିବା ପରେ ଏହାକୁ […]
କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial