ନଦୀବନ୍ଧ ରାସ୍ତା ମରଣଯନ୍ତା : ବର୍ଷେ ଗଲାନି ୫୦ ଲକ୍ଷ ଟଙ୍କାର ମରାମତି କାର୍ଯ୍ୟ

ନଦୀବନ୍ଧ ରାସ୍ତା ମରଣଯନ୍ତା

୫୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ହନ୍ତସନ୍ତ

ତାରପୁର: ୫ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ପଞ୍ଚାୟତର ନଦୀ ବନ୍ଧରାସ୍ତାର ମହାନଦୀ ଉତ୍ତର ପାର୍ଶ୍ୱ ଜଳସମ୍ପଦ ବିଭାଗ ପୁନ୍ଦାଳ ସବ୍‌ଡିଭିଜନ୍, ଓରିକଣ୍ଟା କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଥିବା ମହାନଦୀର ବାମ ପାର୍ଶ୍ୱ ବାବୁଜଙ୍ଗ ଠାରୁ ଦାନ ନୟନପୁର ପର୍ଯ୍ୟନ୍ତ ୧୦ କିମି ରାସ୍ତା ମରଣଯନ୍ତା ପାଲଟିଛି। ତେବେ ଏହି ରାସ୍ତାର ମାହାଳହାଟ ଠାରୁ ସାନ ନାୟନପୁର ପର୍ଯ୍ୟନ୍ତ ରାସ୍ତାକୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗତବର୍ଷ ଜୁଲାଇ ମାସରେ ମରାମତି କରାଯାଇଥିଲା। ଗୋଟିଏ ବର୍ଷ ଯାଇନି ରାସ୍ତା ଅବସ୍ଥା ପୁଣି ଶୋଚନୀୟ ହୋଇ ପଡ଼ିଲା। ଏହି ରାସ୍ତା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସଂଯୋଗୀକରଣ ରାସ୍ତା ହୋଇଥିବାରୁ ଏହା ଉପରେ ଗରଦପୁର, ନିଶ୍ଚିନ୍ତକୋଇଲି, କଟକ ସଦର ଓ ତିର୍ତୋଲ ବ୍ଲକ୍‌ର ପ୍ରାୟ ୫୦ ଟି ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରତ୍ୟେକ ଦିନ ଯାତାୟତ କରିଥାନ୍ତି । ରାସ୍ତାରେ ବହୁ ସଂଖ୍ୟକ ଖାଲଖମା ଥିବାରୁ ପ୍ରତ୍ୟେକ ଦିନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଓ ବୃଦ୍ଧ ବୃଦ୍ଧାମାନେ ପଡ଼ି ଖଣ୍ଡିଆଖାବରା ହୁଅନ୍ତି। ଦମକଳ ଓ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିବାରେ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି। କିନ୍ତୁ ରାସ୍ତା ମରାମତି ନାମରେ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା‌ ଅପଚୟ ହେଉଥିବା ବେଳେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି। ଏହି ରାସ୍ତାର ପ୍ରଶସ୍ତୀକରଣ କରାଯିବା ସହ ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯିବାକୁ ୪ ଗୋଟି ବ୍ଲକ୍‌ର ବୁଦ୍ଧିଜିବୀମାନେ କଟକ ଜିଲ୍ଲାପାଳ, ଜଳସମ୍ପଦ ବିଭାଗ ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ପଞ୍ଜାବ କଂଗ୍ରେସରେ ପୁଣି କନ୍ଦଳ : କଂଗ୍ରେସରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା

Wed Sep 29 , 2021
କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚଣ୍ଡୀଗଡ଼: ପଞ୍ଜାବରେ ଏବେ ପୁଣି ଦେଖାଦେଇଛି ସଙ୍କଟ। ପଞ୍ଜାବ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି କନ୍ଦଳ। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଗତକାଲି ପଞ୍ଜାବ କଂଗ୍ରେସ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ […]
ନବଜୋତ ସିଂ ସିଦ୍ଧୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial