ମାଉସୀ ଘରକୁ ଯାଇ ପୋଖରୀରେ ବୁଡ଼ିଗଲା ଅଢେଇ ବର୍ଷର ଶିଶୁପୁତ୍ର

ବୁଡ଼ିଗଲା ଅଢେଇ ବର୍ଷର ଶିଶୁପୁତ୍ର

ଯାଜପୁର: ପୋଖରୀରେ ବୁଡ଼ି ୫ ବର୍ଷ ବୟସର ଶିଶୁପୁତ୍ରର ମୁତ୍ୟୁ ଘଟିଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ଆନନ୍ଦପୁର ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲା ପାପୁନ ସାହୁ। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଛତ୍ରପଡା ଗାଁର ବାପିନ ସାହୁଙ୍କ ପୁଅ ପାପୁନ ନିଜ ମାଉସୀ ଘର ଦେଉଡି ଆନନ୍ଦପୁରକୁ ଯାଇଥିଲା। ଆଜି ମଧ୍ୟାହ୍ନ ସମୟରେ ଘର ନିକଟରେ ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇଥିଲା। ପରିବାର ଲୋକେ ବୋହୁ ଖୋଜା ଖୋଜି ପରେ ପୋଖରୀରୁ ପାପୁନକୁ ଉଦ୍ଧାର କରି ଯାଜପୁର କିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

ପୋଲାଣ୍ଡରେ ପହଞ୍ଚିବା ପରେ ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ

Tue Feb 21 , 2023
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭ ବିମାନରେ ଚଢ଼ିଥିଲେ, ଯାହାକୁ ସି-୩୨ କୁହାଯାଏ। ଆମେରିକା ରାଷ୍ଟ୍ରପତିଙ୍କ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏହି ବିମାନ ବ୍ୟବହାର କରାଯାଏ। ପନ୍ଦର ମିନିଟ୍ ପରେ […]
ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial