କିନ୍ନରଙ୍କ ଦୌରାତ୍ମ୍ୟ: ନାଗା ବାବାଙ୍କୁ ମାଡମାରି ୭ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଜଣେ ନାଗା ବାବାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଏମାନେ ଗତକାଲି ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ।

ବୁଧବାର ରାତିରେ ଖଣ୍ଡଗିରି ଅଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ କହିଥିଲେ। ଏଥିରେ କିନ୍ନରମାନେ ଉତ୍‌କ୍ଷିପ୍ତ ତାଙ୍କୁ ଗାଳିଗୁଲଜ କରି ଚାଲି ଯାଇଥିଲେ। ତା’ପର ଦିନ ଅର୍ଥାତ୍ ଗୁରୁବାର ସକାଳେ ଅଭିଯୁକ୍ତ କିନ୍ନରମାନେ ସଂଘବଦ୍ଧ ହୋଇ ଆଶ୍ରମ ଭିତରେ ପଶି ବାବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବିଧା, ଗୋଇଠା ସହିତ ସେମାନେ ବାଡ଼ିରେ ମଧ୍ୟ ବାବାଙ୍କୁ ମାରିଥିଲେ। ଘଟଣା ସମ୍ପର୍କରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ସଂପୃକ୍ତ ବାବା। ତା’ପରେ ପୋଲିସ୍ ଏହି କିନ୍ନରମାନଙ୍କୁ ଗିରଫ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସ୍ୱାମୀକୁ ଗଛରେ ବାନ୍ଧି ବନ୍ଧୁକ ମୁନରେ ବିଚ୍‌ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗଣଦୁଷ୍କର୍ମ

Fri Jun 15 , 2018
ଗୟା(ବିହାର) : ବିହାରର ଗୟାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ, ସ୍ତ୍ରୀ ଏବଂ ଝିଅ ଘରକୁ ଫେରୁଥିବା ବେଳେ ୨୦ଜଣ ଦୁର୍ବୃତ୍ତ ତାଙ୍କୁ ଘେରିବା ସହ ମା’ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ସ୍ୱାମୀକୁ ଗଛରେ ବାନ୍ଧିବା ସହ ସ୍ୱାମୀ ଆଖି ଆଗରେ ହିଁ ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial