ଥାନେରେ ଭୀଷଣ ଅଗ୍ନିକାଣ୍ଡରେ ଜଳିଗଲା ୨୦ଟି ଗୋଦାମ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟରାତ୍ରିରେ ପାରଶନାଥ ପରିସରରେ ଥିବା ଗୋଦାମଗୁଡ଼ିକରେ ଏହି ନିଆଁ ଲାଗିଥିଲା। ଗୋଦାମରେ କାଠ ପ୍ଲାଇ, ପ୍ଲାଷ୍ଟିକ ସାମଗ୍ରୀ, କାଗଜ, କାର୍ଡବୋର୍ଡ ସମେତ ବିପୁଳ ପରିମାଣର ସ୍କ୍ରାପ୍ ରହିଥିଲା। ସ୍କ୍ରାପ୍ ଗୋଦାମରେ ନିଆଁ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ୧୫ରୁ ୨୦ଟି ଗୋଦାମ ଜଳି ଯାଇଥିଲା। ଖାଲି ସେତିକି ନୁହେଁ ଆଖପାଖରେ ଥିବା କିଛି ଚାରି ଚକିଆ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଅଧିକାରୀ କହିଛନ୍ତି। ସେପଟେ ନିଆଁକୁ ଆୟତ୍ତ କରିବା ପାଇଁ ଭିୱାଣ୍ଡି ଅଗ୍ନିଶମ ବାହିନୀର ଏକ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ଘଣ୍ଟାର ଉଦ୍ୟମ ପରେ ସେମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। କିନ୍ତୁ ସେତେବେଳକୁ ଗୋଦାମଗୁଡ଼ିକୁ ପାଉଁଶ ହୋଇସାରିଥିଲା।

Share Now:

Kalinga News Beuro

Next Post

ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ

Sun Mar 31 , 2024
ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ। ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial