ମଝି ଆକାଶରେ ବିମାନ କବାଟ ଖୋଲିଯିବା ମାମଲା : ଦୋଷ ସ୍ୱୀକାର କଲେ ବୋଇଂ ସିଇଓ

ନୂଆଦିଲ୍ଲୀ: ଜାନୁଆରି ୬ ତାରିଖରେ ଆଲାସ୍କା ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନର କ୍ୟାବିନ୍‌ ଡୋର୍‌ ମଝି ଆକାଶରେ ଉଡ଼ିଯିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକଟ କରାଯାଇଛି। ବିମାନଟିକୁ ଜରୁରିକାଳୀନ ଅବତରଣ କରିବା ପରେ ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଦେଶରେ ଥିବା ସେହି ଧରଣର ୩୨ଟି ବିମାନକୁ ଯାଞ୍ଚ କରାଯାଇଛି। ଏହି ଘଟଣା ଘଟିବା ପରେ ଏକ ସୁରକ୍ଷା ବୈଠକ ଡକାଯାଇଥିଲା। ଏହି ଏହି ବୈଠକରେ ବୋଇଂ ସିଇଓ ସର୍ବ ସମ୍ମୁଖରେ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଆଗକୁ ଖୁବ୍‌ ଅଧିକ ସତର୍କତା ଅବଲମ୍ବନ କରାଯିବ।
ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପାଖରେ ୪, ସ୍ପାଇସ୍‌ଜେଟ୍‌ରେ ୮ ଓ ଆକାଶ ଏୟାର ପାଖରେ ୨୦ଟି ବୋଇଂ ୩୭୩-୮ ମ୍ୟାକ୍ସ ବିମାନ ରହିଛି। ଏହି ବିମାନଗୁଡ଼ିକେ ଏକ ମିଡ୍‌-କ୍ୟାବିନ୍‌ ଡୋର୍‌ ରହିଛି। ସବୁ ବିମାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ଲାଗି କମ୍ପାନୀ ଗୁଡ଼ିକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ବେଳେ କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳା ସାମ୍ନାକୁ ଆସିନଥିଲା। ଯଦିଓ ଆକାଶ ଏୟାର ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ଏହି ଘଟଣାକୁ ନେଇ ବିଶ୍ୱର ଅଧିକାଂଶ ଏୟାରଲାଇନ୍ସ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ନିଜ ପାଖରେ ଥିବା ବୋଇଂ ୭୩୭ ମ୍ୟାକ୍ସ ବିମାନଗୁଡ଼ିକର ଉଡ଼ାଣ ରଦ୍ଦ କରିଛନ୍ତି। କେତେକ ମ୍ୟାକ୍ସ ୯ ବିମାନର ଉଡ଼ାଣକୁ ସାମୟିକ ସମୟ ଲାଗି ବନ୍ଦ ରଖିବାକୁ ଆମେରିକା ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ନିର୍ଦ୍ଦେଶ ଜାରି କରିଛନ୍ତି।

Share Now:

Kalinga News Beuro

Next Post

ଲକ୍ଷଦ୍ୱୀପରେ ସରକାରଙ୍କ ବଡ଼ ଯୋଜନା : ମିନିକୟ ଦ୍ୱୀପରେ ହେବ ଏୟାରପୋର୍ଟ‌

Wed Jan 10 , 2024
ନୂଆଦିଲ୍ଲୀ: ମାଳଦ୍ୱୀପ ସହ ବିବାଦ ଭିତରେ କେନ୍ଦ୍ର ସରକାର ଲକ୍ଷଦ୍ୱୀପର ବିକାଶ ପାଇଁ କେତେକ ବଡ଼ ଯୋଜନା କରୁଛନ୍ତି। ଏବେ ମିନିକୟ ଦ୍ୱୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ। ସରକାର ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଭାରତର ସ୍ଥିତିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial