ନରାଜରେ ଟିପିସିଓଡିଏଲ୍ ପକ୍ଷରୁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମଙ୍ଗଳବାରଦିନ କଟକ ଜିଲ୍ଲାର ନରାଜ ଗ୍ରାମ ପଞ୍ଚାୟତର ତଳଗଡ଼ ଗ୍ରାମରେ ଏହାର ପ୍ରଥମ ଧନ୍ଦାମୂଳକ ପ୍ରଶିକ୍ଷଣ ତଥା ଟ୍ୟୁଟୋରିଆଲ କେନ୍ଦ୍ର ଖୋଲାଯାଇଛି। ଟିପିସିଓଡିଏଲର ସିଇଓ ଏମ୍ ସେନବାଗମ୍ ଓ କଂପାନିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। କଂପାନିର ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ସ୍ଥାପନ କରାଯାଇଥିବା ନରାଜ-ମାର୍ଥାପୁର ଓ ମୁଣ୍ଡୁଳି ଗ୍ରାମ ପଞ୍ଚାୟତର ୭ଟି ଗ୍ରାମର ୧୦ ହଜାରରୁ ଅଧିକ ବାସିନ୍ଦା ବିଶିଷ୍ଟ ଜନସଂଖ୍ୟାର ୨୦୦୦ରୁ ଅଧିକ ପରିବାରର ଆବଶ୍ୟକତାକୁ ଏହି ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ପୂରଣ କରିବ। ସ୍ଥାନୀୟ ଯୁବପିଢ଼ିଙ୍କ ବର୍ତମାନର ଦକ୍ଷତାରେ ଶିଳ୍ପ ଭିତିକ ଟ୍ରେଡରେ ଉନ୍ନତି ଆଣି ସେମାନଙ୍କୁ ନିଯୁକ୍ତି ହାସଲ ପାଇଁ ଅଧିକ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କେନ୍ଦ୍ରରେ ପ୍ରତ୍ୟେକ ପାଠ୍ୟକ୍ରମରେ ୫୦ ହିତାଧିକାରୀଙ୍କୁ ସିଲାଇ ଓ ଟେଲର୍ କାର୍ଯ୍ୟ ଏବଂ କମ୍ପ୍ୟୁଟର ପାଠ୍ୟକ୍ରମ ଉପରେ ୬ ମାସ ଲେଖାଏଁ ମାଗଣା ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷଣ ସଫଳତାର ସହ ଶେଷ ହେବା ପରେ ହିତାଧିକାରୀମାନଙ୍କୁ ସ୍ୱୀକୃତିପ୍ରାପ୍ତ ସାର୍ଟିଫାଇଙ୍ଗ ଏଜେନ୍ସି ଦ୍ୱାରା ମାନ୍ୟତା ପ୍ରଦାନ କରାଯିବ। ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ୫୦ ଜଣିଆ ଛାତ୍ରଛାତ୍ରୀଙ୍କ ବ୍ୟାଚ୍ ପାଇଁ ମାଗଣା ଟ୍ୟୁଟୋରିଆଲ କ୍ଲାସ୍ ଆୟୋଜନ କରାଯିବ।

Share Now:

Kalinga News Beuro

Next Post

ମିଶନଶକ୍ତି ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Wed Nov 17 , 2021
ଭୁବନେଶ୍ବର: ମିଶନଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋଡ଼ିଏଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନଶକ୍ତି ଗୋଷ୍ଠୀର ମା’ମାନଙ୍କୁ କାମ ଯୋଗାଇ ଦେବାପାଇଁ ଆଗାମୀ ୩ ବର୍ଷ ପାଇଁ ଆକ୍‌ସନ ପ୍ଲାନ ପ୍ରସ୍ତୁତ […]
ମିସନଶକ୍ତି ଗୋଷ୍ଠୀର ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial