ବାଜପେୟୀଙ୍କ ସ୍ମୃତିରେ ପ୍ରାର୍ଥନା ସଭା ଆଜି, ଯୋଗ ଦେବେ ନବୀନ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ବିଜେପି ଉପସଭାପତି ସମୀର ମହାନ୍ତି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଏଥିରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।

Share Now:

Kalinga News Beuro

Leave a Reply

Next Post

ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ : ସେପ୍ଟେମ୍ବର ୨୪ରୁ ସବୁ ନିର୍ବାଚନମଣ୍ଡଳୀରେ ସମାବେଶ

Sat Aug 25 , 2018
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଙ୍ଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଲୋକଙ୍କ ଘରେ ପହଞ୍ଚି ପରିବାର ସହ ଯୋଡ଼ି ହେବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ସମାବେଶ ହେବ। ଅକ୍ଟୋବରରେ ହେବାକୁ ଥିବା ଦଳର ଜନସମ୍ପର୍କ ପଦଯାତ୍ରାରେ ଗୋଟିଏ ଦିନ କେବଳ ମହିଳାଙ୍କୁ ନେଇ ଆୟୋଜିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial