ହାତୀ ଆକ୍ରମଣରେ ଗୁରୁତର ବୃଦ୍ଧଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ରାଖାଲ ପ୍ରଧାନ(୬୫) ଆଜି ସକାଳ ୬ଟା ବେଳେ ପ୍ରାତଃ ଭ୍ରମଣରେ ଶିବ ମନ୍ଦିର ଆଡ଼କୁ ଚାଲିଚାଲି ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ମାମଲାର ଶୁଣାଣି : ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ

Thu Jul 13 , 2023
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା। ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଆଖି […]
ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial