ନବ ଦାସ ହତ୍ୟା ମାମଲାର ଶୁଣାଣି : ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା। ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ମାତ୍ର ୧୦ ମିନିଟରେ ଅଭିଯୁକ୍ତ ଗୋପାଳର ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଶୁଣାଣି ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଜାନୁଆରି ୨୯ ତାରିଖରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲା। ହତ୍ୟା କରିବା ପୂର୍ବରୁ ଗୋପାଳ ସମଲେଶ୍ୱରୀ ମନ୍ଦିରରେ ଶପଥ ନେଇଥିଲା। କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସ ଗୋପାଳ ଉପରେ ଭୀଷଣ ରାଗିଥିବା ଖବର ପାଇବା ପରେ ଭୟଭୀତ ହୋଇଯାଇଥିଲା। ନବ ଦାସ ତାକୁ ରାସ୍ତାରୁ ସଫା କରିବା ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ମନ୍ଦିରରେ ଶପଥ ନେଇଥିଲା ଗୋପାଳ। ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଚାର୍ଜସିଟ୍‌ରେ ପଦାକୁ ଆସିଥିଲା ଏଭଳି ଚାଞ୍ଚଲ୍ୟକର ତଥ୍ୟ।
୧୯୯୨ ଜୁଲାଇ ୮ ତାରିଖ ବ୍ରହ୍ମପୁରରେ ପୁଲିସ ଚାକିରି ଆରମ୍ଭ କରିଥିଲା ଗୋପାଳ ଦାସ। ୨୦୦୯ ସେପ୍ଟେମ୍ବର୍‌ ୯ ତାରିଖରେ ସେ ହାବିଲ୍‌ଦାର୍‌ରୁ ପୁଲିସ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ପାଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ସେ ପ୍ରାୟ ୧୦ ବର୍ଷ କାର୍ଯ୍ୟ କରିଥିଲା ବେଳେ ୨୦୨୦ ନଭେମ୍ବର ପରଠାରୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟ କରୁଥିଲା। ଏହି ଜିଲ୍ଲାରେ ଚାକିରିକାଳ ମଧ୍ୟରେ ନବ ଦାସଙ୍କ ସହ ତାର ଶତ୍ରୁତା ବଢ଼ି ଚାଲିଥିଲା। ଏକଦା ନବ ଦାସଙ୍କ ସମର୍ଥକ ଗାନ୍ଧୀଛକ ଅଞ୍ଚଳରେ ଗଣ୍ଡଗୋଳ କରିଥିବା ନେଇ ଅଭିଯୋଗ ଆସିଥିଲା। ଗୋପାଳ ସେମାନଙ୍କୁ ଟେକି ଆଣି ଫାଣ୍ଡି ହାଜତରେ ଅଟକ ରଖିଥିଲା। ତେବେ ନବ ଦାସଙ୍କ ଚାପରେ ଗୋପାଳ ସେମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଗୋପାଳକୁ ଧମକାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଥିଲା। ସେମାନେ ବି ଘଟଣାକୁ ସ୍ୱୀକାର କରିଥିଲେ।

Share Now:

Kalinga News Beuro

Next Post

ଚନ୍ଦ୍ରଯାନ ୩ ଉତ୍‌କ୍ଷେପଣ ପୂର୍ବରୁ ପୂଜାର୍ଚ୍ଚନା କଲେ ‘ଇସ୍ରୋ’ ବୈଜ୍ଞାନିକ

Thu Jul 13 , 2023
ତିରୁପତି: ଉତ୍‌କ୍ଷେପଣ ପୂର୍ବରୁ ଆଜି ‘ଇସ୍ରୋ’ର ଦଳେ ବୈଜ୍ଞାନିକ ‘ଚନ୍ଦ୍ରଯାନ-୩’ର ଗୋଟାଏ ଛୋଟ ‘ମଡେଲ୍‌’ ନେଇ ତିରୁପତି ଭେଙ୍କଟାଚଳାପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନରେ ‘ଇସ୍ରୋ’ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌) ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶ୍ରୀହରିକୋଟା ଅନ୍ତର୍ଗତ ‘ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌’ରୁ ଜୁଲାଇ ୧୪ ତାରିଖ ଅପରାହ୍ନ ୨.୩୫ରେ ‘ଇସ୍ରୋ’ […]
ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ‘ଇସ୍ରୋ’ ବୈଜ୍ଞାନିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial