ଛାଡ଼ିଲା ସୂର୍ଯ୍ୟୋପରାଗ:ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି। ତେବେ ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧାନୀ ବାସୀ ଏହାକୁ ସଠିକ୍‌ ଭାବେ ଦେଖି ପାରି ନାହାନ୍ତି ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ। କିନ୍ତୁ ଓଡ଼ିଶାର ଅନ୍ୟ ସ୍ଥାନରେ ଏହା ପରିଲକ୍ଷିତ ହୋଇଥିଲା । ଆଂଶିକ ସୂର୍ଯ୍ୟୋପରାଗ କିଭଳି ଦେଖା ଯାଉଥିଲା ତାହା ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଫେସ୍‌ବୁକ୍‌ ପେଜରେ ଉପଲବ୍ଧ ରହିଛି। କାରଣ ପରାଗ ସମୟରେ କେନ୍ଦ୍ରର ଫେସ୍‌ବୁକ୍‌ ପେଜରେ ଲାଇଭ୍ କରାଯାଉଥିଲା। ସୂଚନା ଅନୁଯାୟୀ ପରାଗବେଳେ ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେଇଥିଲା। ଏପଟେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରଙ୍ଗରେ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ଏହାକୁ ରଙ୍ଗିନ୍‌ ସୁର୍ଯ୍ୟୋପରାଗ ବୋଲି କେତେକ କହିଛନ୍ତି। ଏହା ପରେ ପୁଣିଥରେ ୨୦୨୦ ଡିସେମ୍ବର ୧୪ରେ ସୂର୍ଯ୍ୟୋପରାଗ ହେବ। ହେଲେ ଏହା ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ। ସେହିପରି ଜୁଲାଇ ୫ ତାରିଖ ଓ ନଭେମ୍ବର ୩୦ରେ ମଧ୍ୟ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। କିନ୍ତୁ ଏହା ବି ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ।

Share Now:

Kalinga News Beuro

Next Post

ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା

Sun Jun 21 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial