ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’ : ସ୍କାଏମେଟ୍

ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’

ମୌସୁମୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନକୁ ଓମାନ ପକ୍ଷରୁ ୟସ୍ ନାମକରଣ କରାଯ଼ାଇଛି। ୨୨ ମେରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖ ସକାଳ ସୁଦ୍ଧା ଡିପ୍ରେସନ ଓ ସେହିଦିନ ସଂଧ୍ୟାସୁଦ୍ଧା ଡିପ ଡିପ୍ରେସନରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ବାତ୍ୟା ରୂପନେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯ଼ାଇଛି। ତେବେ ଓଡ଼ିଶା ସଂଦର୍ଭରେ ସ୍କାଏମେଟ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପୂର୍ବାନୁମାନ କରାଯ଼ାଇଛି। ଯ଼ଦି ଏହି ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଏ, ଅନୁକୂଳ ବାତାବରଣ ଯ଼ୋଗୁଁ ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଓ ଏହା ୨୫ ମେ ରାତି କିମ୍ବା ୨୬ ମେ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ତେବେ ଆସନ୍ତା ୪୮ ଘଣ୍ଟାରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍କାଏମେଟ କହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାତ୍ୟା ୟସ ଯ଼ୋଗୁଁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏହି ପାଣିପାଗ ସଂସ୍ଥା କହିଛି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯ଼ାଇଛି ଯ଼େ, ଏହି ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ପର୍ଯ଼୍ୟାୟକ୍ରମେ ଏକ ଡିପଡିପ୍ରେସନ ଓ ତାପରେ ଏକ ବାତ୍ୟା ବା ସାଇକ୍ଲୋନିକ ସର୍କୁଲେସନରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ।

Share Now:

Kalinga News Beuro

Next Post

ଦେଶର ଅଧା ଲୋକ ପିନ୍ଧୁନାହାନ୍ତି ମାସ୍କ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

Thu May 20 , 2021
ଯେତିକି ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକ ଭାବେ ପିନ୍ଧୁନାହାନ୍ତି ନୂଆଦିଲ୍ଲୀ : କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି। ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି। ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ […]
ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial