ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଜି (ଗୁରୁବାର) ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନ୍ୟୂନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ର କହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ୧୦୧ଟି ଚାଳଘର ଭାଙ୍ଗିଯାଇଛି ଏବଂ ଉପୁଡ଼ି ପଡ଼ିଥିବା ୩୮୦ଟି ଗଛ ହଟାଇ ଦିଆଯାଇଛି। ଅତ୍ୟାବଶ୍ୟକ ସେବା ପୁଣି ସମ୍ପୂର୍ଣ୍ଣରୂପେ ଚାଲୁ ହୋଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ କେନ୍ଦ୍ର ସରକାର ତାମିଲନାଡୁ ଓ ପୁଡୁଚେରୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ସହାୟତା ନିମନ୍ତେ ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ କ୍ଷେତ୍ରବିଶେଷରେ ଉପସ୍ଥିତ ଅଛନ୍ତି।

Share Now:

Kalinga News Beuro

Next Post

ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍‌ ରହିବ ସ୍କୁଲ୍‌: ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

Thu Nov 26 , 2020
ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ଯେ କରୋନାଭାଇରସ୍‌ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍‌ ଖୋଲିବ ନାହିଁ। ସେ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସ୍କୁଲ୍‌ ଖୋଲିବା ନେଇ କୌଣସି ଯୋଜନା ନାହିଁ। ଖୁବ୍ ଶୀଘ୍ର ଏକ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ନିଶ୍ଚିତ ନହେବା ଯାଏ ଦିଲ୍ଲୀରେ ସ୍କୁଲ୍‌ ଖୋଲିବ […]
ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍‌ ରହିବ ସ୍କୁଲ୍

ଆହୁରି ପଢ଼ନ୍ତୁ