ବଢ଼ିଲା ସ୍ଥଳସେନା ମୁଖ୍ୟଙ୍କ ଅବସର ତାରିଖ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରବିବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସେ ମେ ୩୧, ୨୦୨୪ ରେ ଅବସର ନେଇଥାନ୍ତେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏପ୍ରିଲ୍ ୩୦, ୨୦୨୨ରେ ନିଯୁକ୍ତ ହେବା ପରଠାରୁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି।
ବିବୃତ୍ତିରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ସେନା ନିୟମର ନିୟମ ୧୬ଏ(୪) ୧୯୫୪ ଅନୁଯାୟୀ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ତାଙ୍କ ସାଧାରଣ ଅବସର ବୟସଠାରୁ ଏକ ମାସ ଅଧିକ ନିଯୁକ୍ତ କରିଛି। ଅର୍ଥାତ ଜୁନ୍ ୩୦, ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ। ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କୁ ଡିସେମ୍ବର ୧୯୮୨ ରେ କୋର ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ କମିଶନ ଦିଆଯାଇଥିଲା। ସେନା ମୁଖ୍ୟ ଦାୟିତ୍ୱ ପୂର୍ବରୁ ସେ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ସୂଚନା ଥାଉ କି ଯେ କେନ୍ଦ୍ର ସରକାର ନୂତନ ସେନା ମୁଖ୍ୟଙ୍କ ନାମ ଏଯାଏଁ ଘୋଷଣା କରିନାହାନ୍ତି। ନୂଆ ସେନା ମୁଖ୍ୟଙ୍କ ନାମ ଘୋଷଣା ହୋଇନଥିବାରୁ ତାଙ୍କ ଅବଧି ବୃଦ୍ଧି କରାଯାଇଛି।

Share Now:

Kalinga News Beuro

Next Post

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ : ଚମକିଲେ ଝିଅ

Sun May 26 , 2024
ବିଜ୍ଞାନରେ ପାସ୍‌ ହାର ୮୬.୯୩%, କଳାରେ ୮୦.୯୫% ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ରବିବାର ଅପରାହ୍ନରେ ପ୍ରକାଶିତ ହୋଇଛି। କଳାରେ ପାସ୍‌ ହାର ୮୦.୯୫%, ବିଜ୍ଞାନର ପାସ୍‌ ହାର ୮୬.୯୩%, ବାଣିଜ୍ୟର ପାସ୍‌ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨ ପ୍ରତିଶତ ରହିଛି। ଏହି ୪ ବିଷୟରେ ପରୀକ୍ଷାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial