ଡ୍ରେନ୍‌ ନିର୍ମାଣକୁ ବିରୋଧ କଲେ ହଂସପାଳ ଗ୍ରାମବାସୀ

ବାଲିଅନ୍ତା ବଜାର: ବିଏମ୍‌ସିର ୪ ନମ୍ବର ୱାର୍ଡ ଅଧୀନ ହଂସପାଳ ବାଟମହାବୀର ସମ୍ମୁଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିଭଳି ପୁରୁଣା ଜଗନ୍ନାଥ ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। କିନ୍ତୁ ଠିକାସଂସ୍ଥା ନିମ୍ନମାନର କାମ କରୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାମ ବେଳେ ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକା ସଂସ୍ଥା ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଆସୁଛି। ପୂର୍ତ୍ତ ବିଭାଗରୁ ଏହି କାମର ଠିକା ନେଇଥିବା ସଂସ୍ଥା ଏବେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁବିଧା ପ୍ରତି ଦୃଷ୍ଟି ଦେଉନାହିଁ। ପ୍ରତିଦିନ ସ୍ଥାନୀୟ ଲୋକଙ୍କ ସହ ଏହି ରାସ୍ତାରେ ୬ଟି ଶିକ୍ଷାନୁଷ୍ଠାନର ପିଲାମାନେ ଯା’ଆସ କରୁଛନ୍ତି।
ଡ୍ରେନ୍‌ ନିର୍ମାଣ ପାଇଁ ରାସ୍ତାରେ ବଡ଼ବଡ଼ ଗାତ ଖୋଳାଯାଇଛି। କିନ୍ତୁ ଗାତ ଚାରିକଡ଼ରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନାହିଁ। ଗାତଗୁଡ଼ିକ ଆବଦ୍ଧ ହୋଇନଥିବାରୁ ଯେ କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି ଲୋକେ ଆଶଙ୍କା କରିଛନ୍ତି। ବଡ଼ କଥା ହେଉଛି ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକା ସଂସ୍ଥା ମନମୁଖୀ କାମ କରୁଛି। ଢଳେଇ ଭିତରୁ ରଡ୍‌ ଦେଖାଯାଉଛି। ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ରାତି ଅଧିଆ ପ୍ଲା‌ଷ୍ଟର୍‌ କରି ରଡ୍‌ ଲୁଚାଇ ଦିଆଯାଇଛି। ତେଣୁ ଏଣିକି ଯନ୍ତ୍ରୀ କାମ ଉପରେ ନ ରହିଲେ, ଲୋକେ କାମ କରାଇଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କହିବା କଥା ଲୋକଙ୍କ ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବ।‌ ସେହିଭଳି କାମ ଶୀଘ୍ର ଶେଷକରିବାକୁ ପଦ‌କ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରେଲର : ୪ ମୃତ, ୯ ଆହତ

Sun Feb 11 , 2024
ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୁନିଏନ ଗ୍ରାମ ବୁଲାଣିରେ ଏକ ଟ୍ରେଲର ଓ ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପୂର୍ବାହ୍ନ ସାଢେ଼ ୧୦ ଟାରେ ଘଟିଛି।ଟାଟା ମ୍ୟାଜିକ ପସେଞ୍ଜର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial