ଆଇଆଇଟି ଖଡ଼ଗପୁରର ଖୁଲାସା:କେମିତି ହୋଇଥିଲା ସିନ୍ଧୁ ସଭ୍ୟତାର ବିଲୋପ

ଖଡ଼ଗପୁର: ବେଳେ ବେଳେ ଇତିହାସକୁ ନେଇ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସେ। ଯାହା ଖୁବ୍‌ ରହସ୍ୟମୟ ଓ ଉତ୍କଣ୍ଠାପୂର୍ଣ୍ଣ। ଏବେ ଐତିହାସିକ ସିନ୍ଧୁ ସଭ୍ୟତାକୁ ନେଇ ଆସିଛି ନୂଆତଥ୍ୟ। ଆଜକୁ ୪,୩୫୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ସିନ୍ଧୁ ସଭ୍ୟତା ୯୦୦ ବର୍ଷ ଧରି ମରୁଡ଼ି ପ୍ରପୀଡ଼ିତ ଥିଲା। ଦୀର୍ଘ ବର୍ଷ ଧରି ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବା ଏହି ସଭ୍ୟତା ଧୀରେ ଧୀରେ ବିଲୁପ୍ତ ହୋଇଯାଇଥିଲା। ଆଇଆଇଟି ଖଡ଼ଗପୁର ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ତଥ୍ୟ ଉନ୍ମୋଚନ ହୋଇଛି। ଦୀର୍ଘ ଦିନ ଧରି ଅଧ୍ୟୟନ ସହ ତଥ୍ୟ ପ୍ରମାଣକୁ ଏକାଠି କରିବା ପରେ ଏହା ଜଣାପଡ଼ିଛି। ବିଭିନ୍ନ ସମୟରେ ଗବେଷକମାନେ ସିନ୍ଧୁ ସଭ୍ୟତା ଲୀନ ହେବା ପଛରେ ମରୁଡ଼ିଜନିତ କାରଣକୁ ଦର୍ଶାଇ ଆସୁଥିଲେ।
କେହି କେହି ବିଷେଶଜ୍ଞ ସିନ୍ଧୁ ସଭ୍ୟତା ୨୦୦ ବର୍ଷ ଧରି ମରୁଡ଼ିରେ ପ୍ରଭାବିତ ହୋଇଥିଲା ବୋଲି ଦାବି କରି ଆସୁଥିଲେ। ଏନେଇ ଆଇଆଇଟି ଖଡ଼ଗପୁର ପକ୍ଷରୁ ଗବେଷଣା କରାଯିବା ପରେ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣାରେ ଭୂବିଜ୍ଞାନୀ ଓ ଭୂ-ପଦାର୍ଥ ବିଜ୍ଞାନୀମାନେ ସାମିଲ ହୋଇଥିଲେ। ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୫୦୦୦ ବର୍ଷଧରି ମୌସୁମୀ ସ୍ଥିତି ପରିବର୍ତ୍ତନ ହୋଇ ଆସୁଛି। ଏମିତିକି ଏହା ପୂର୍ବରୁ ୯୦୦ ବର୍ଷଧରି ହିମାଳୟର ଉତ୍ତର ପଶ୍ଚିମ ଅଞ୍ଚଳରରେ ବର୍ଷା ଏକପ୍ରକାର ଉଭାନ ହୋଇଯାଇଥିଲା।
ସ୍ୱଳ୍ପରୁ ସ୍ୱଳ୍ପ ବୃଷ୍ଟିପାତ ହେବାରୁ ନଦୀ, ନାଳ, ପୋଖରୀ କୂଅ ଶୁଖିଗଲା। ପ୍ରକୃତିର କୋପରେ ସବୁଠି ହାହାକାର ପରିସ୍ଥିତି ହେଲା। ଲୋକେ ପୋକମାଛି ପରି ମରିଗଲେ। ଫଳରେ ଧୀରେ ଧୀରେ ସିନ୍ଧୁ ସଭ୍ୟତା ଲୋପ ପାଇଗଲା। କିନ୍ତୁ ପୂର୍ବ ଏବଂ ଦକ୍ଷିଣରେ ମୌସୁମୀ ପାଣିପାଗ ସ୍ୱଭାବିକ୍ ରହିବା ଯୋଗୁ ଏଠିକାର ସଭ୍ୟତାର ତିଷ୍ଟି ରହିପାରିଲା। ମୁଖ୍ୟତଃ 2,350 ଖ୍ରୀଷ୍ଟପୂର୍ବ ଅର୍ଥାତ 4,350 ବର୍ଷ ପୂର୍ବେ ମୌସୁମୀ ଅନିୟମିତା ରହିବା ସହ ଦୁର୍ବଳ ସ୍ଥିତି ଜାରି ରହିଥିଲା। ଉପଯୁକ୍ତ ବର୍ଷା ନ ହେବା ଓ ଜଳବାୟୁର ଅସନ୍ତୁଲନ ରହିବାରୁ ସିନ୍ଧୁ ସଭ୍ୟତାର ସତ୍ତା ଲିଭିଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପିଏଚ୍‌ଡି ଲାଇନ୍‌ ଉପରେ ତିଆରି ହେଉଛି ଡ୍ରେନ୍‌ : କ୍ଷତିଗ୍ରସ୍ତ ହେବେ ୧୦ହଜାର ପରିବାର

Tue Apr 17 , 2018
ପୁରୁଣା ଭୁବନେଶ୍ୱର : ପିଏଚ୍‌ଡିର ନିୟମ ଅନୁସାରେ କୌଣସି ପିଏଚ୍‌ଡି ଲାଇନ୍‌ ସହ ଡ୍ରେନ୍‌ ସାମାନ୍ୟତମ ସଂଯୋଗ ରହିବ ନାହିଁ। ଡ୍ରେନ୍‌ ନିକଟରେ ଯାଇଥିବା ସବୁ ଛୋଟ ବଡ଼ ପିଏଚ୍‌ଡି ଲାଇନ୍‌ ମୋଡ଼ ବଦଳାଇ ଅନ୍ୟତ୍ର ନିଆଯିବ। ଡ୍ରେନ୍‌ ତଳେ ଥିବା ପିଏଚ୍‌ଡି ପାଇପ୍‌ ଲାଇନ୍‌କୁ ମଧ୍ୟ କଟା ଯାଇ ଉପର ପଟେ ନେବାର ବ୍ୟବସ୍ଥା ହେବ। ଏନେଇ ଗତ ଦୁଇ ବର୍ଷ ହେଲା ପିଏଚ୍‌ଡି ପକ୍ଷରୁ ସବୁ ଗଳିକନ୍ଦି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial