ଆଉ ୯୭ ତେଜସ୍‌ ଲଢ଼ୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ : ଆଉ ୯୭ଟି ତେଜସ୍‌ ହାଲ୍‌କା ଲଢ଼ୁଆ ଯୁଦ୍ଧ ବିମାନ ସହିତ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରି ଦେଇଛି। ଭାରତୀୟ ବାୟସେନା ପାଇଁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ୯୦ଟି ସ୍ଥଳସେନା ପାଇଁ ଏବଂ ୬୬ଟି ଭାରତୀୟ ବାୟୁସେନା ପାଇଁ ଆସିଛି। ଉଭୟ ତେଜସ୍‌ ଏବଂ ପ୍ରଚଣ୍ଡ ହେଲିକପ୍ଟର ଭାରତରେ ନିର୍ମିତ ହେବ ଏବଂ ଏହାର ମୂଲ୍ୟ ୧.୧ ଲକ୍ଷ କୋଟି ଟଙ୍କା। ଏହି ଚୁକ୍ତିକୁ ବାୟୁସେନା ମୁଖ୍ୟ ଭିଆର୍‌ ଚୌଧୁରୀ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ସୁଖୋଇ-୩୦ ବିମାନର ଆଧୁନିକରଣ ବାବଦରେ ୧.୩ ଲକ୍ଷ କୋଟି ଖର୍ଚ୍ଚ ହେବ।

Share Now:

Kalinga News Beuro

Next Post

ଘଟଗାଁ ଦୁର୍ଘଟଣା : ୮ ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Fri Dec 1 , 2023
ଘଟଗାଁ : ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ବି ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial