ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହକୁ ନେଇ ବିବାଦ

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହକୁ ନେଇ ବିବାଦ ଦେଖାଦେଇଛି। ସମାରୋହରେ ରାଷ୍ଟ୍ରପତି ହାତ ଗଣତି ବିଜେତାଙ୍କୁ ପୁରସ୍କାର ଦେବେ ବୋଲି ଜଣାପଡ଼ିବା ପରେ ବିଜେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇ ୧୪୦ଜଣ ପୁରସ୍କାର ବିଜେତାଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କୁ ପୁରସ୍କାର ପ୍ରଦାନ କରିବେ। ଏହାକୁ ନେଇ ବିଜେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୬୦ ଜଣ ପୁରସ୍କାର ବିଜେତା ସମାରୋହରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବ ବର୍ଷମାନଙ୍କରେ ସମସ୍ତ ପୁରସ୍କାର ରାଷ୍ଟ୍ରପତି ହିଁ ଦେଉଥିଲେ। କିନ୍ତୁ ଆଜିର ସମାରୋହରେ ରାଷ୍ଟ୍ରପତି ଅଳ୍ପ କିଛି ସମୟ ରହୁଥିବାରୁ ସବୁ ପୁରସ୍କାର ଦେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି।

ଜଣେ ଅସନ୍ତୁଷ୍ଟଷ ବିଜେତା କହିଛନ୍ତି,“ଏପରି କେବେ ହୋଇ ନାହିଁ। ବର୍ଷ ନିୟମରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଗ୍ରହଣୀୟ ନୁହେଁ।”

ଜଣେ ଚଳଚ୍ଚିତ୍ର ନିର୍ମାତା କହିଛନ୍ତି,“ସବୁବର୍ଷ ପରି ଏଥର ମଧ୍ୟ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ରିହରସେଲ ବେଳେ ରାଷ୍ଟ୍ରପତି ମାତ୍ର ୧୧ଜଣ ବିଜେତାଙ୍କୁ ପୁରସ୍କାର ଦେବେ ବୋଲି ଜଣାପଡ଼ିଥିଲା। ଏହି କଥା ଆମମାନଙ୍କ ପାଇଁ ଅପମାନ ଭଳି। ଏଥିପାଇଁ ଆମେ ସ୍ୱର ଉତ୍ତୋଳନ କରିବୁ।”

Share Now:

Kalinga News Beuro

Leave a Reply

Next Post

ତୃତୀୟ ଓଡ଼ିଆ ଭାବେ ରାଜ୍ୟ ପାଇଁ ଗୌରବ ଆଣିଲେ ସୁନୀତା: ନିଜ ଗାଁରେ ଏବେ ଖୁସିର ମାହୋଲ

Thu May 3 , 2018
ଭୁବନେଶ୍ୱର:ଭାରତୀୟ ମହିଳା ହକି ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁ କେସରାମାଲରେ ଖୁସିର ମାହୋଲ ଖେଳିଯାଇଛି। ଏହା ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁନୀତାଙ୍କ ବାପା କହିଛନ୍ତି। ଆସନ୍ତା ୧୩ ତାରିଖରୁ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଡିଫେଣ୍ଡର ଭାବେ ଖେଳୁଥିବା ୨୭ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial