ବହୁଚର୍ଚ୍ଚିତ ମାନସ ସ୍ବାଇଁ ଅପହାରଣ ହତ୍ୟା ମାମଲାରେ ଚାର୍ଜ ଫ୍ରେମ୍‌

ମାନସ ସ୍ବାଇଁ ଅପହରଣ ହତ୍ୟା

ଭଦ୍ରକ: ବହୁଚର୍ଚ୍ଚିତ ମାନସ ସ୍ବାଇଁ ଅପହାରଣ ଓ ହତ୍ୟା ମାମଲାର ଆଜି କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ ଜଣ ଅପରାଧିଙ୍କୁ ଜେଲରୁ କଡାସୁରକ୍ଷା ମଧ୍ୟରେ ଭଦ୍ରକ ଜିଲ୍ଲା ଜଜଙ୍କ ଅଦାଲତରେ ହାଜର କରାଯାଇ କ୍ରାଇମ ବ୍ରାଞ୍ଚ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ ହୋଇଛି। ପ୍ରକାଶଥାଉ କି କ୍ୟାମେରାମେନ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରି ନେଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ନିର୍ଯାତନା ଦିଆଯାଇ ହତ୍ୟା କରା ଯିବା ପରେ ତାଙ୍କ ମୃତ ଶରୀରକୁ ନୟାଗଡ ନିକଟରୁ ମିଳିଥିଲା। ଚାନ୍ଦବାଲି ପୁଲିସ କେସ ନଂ-୬୩/୨୨ ମୂଳେ ପ୍ରଥମେ ତଦନ୍ତ ଭାର ନେଇଥିଲା। ପରେ ମାମଲାର ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ଗତ ମାର୍ଚ୍ଚ ମାସ ୨୩ ତାରିଖରେ ତଦନ୍ତ ପାଇଁ ହସ୍ତାନ୍ତର କରିଥିଲେ। ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ସଂପୂର୍ଣ୍ଣା ନ୍ୟୁଜର ମାଲିକାଣି ଶର୍ମିଷ୍ଠା ରାଉତକୁ ଗିରଫ କରିବା ପରେ ତାର ବୟାନ ଅନୁଯାୟୀ ତାର ସହଯୋଗୀ ଝୁନା ଭୋଇ ସମେତ କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ ଓ ରଂଜନ କୁମାର ନାୟାକଙ୍କୁ ଗିରଫ କରିଥିଲେ।
ଇତି ମଧ୍ୟରେ ତଦନ୍ତ ଶେଷ କରି କ୍ରାଇମବ୍ରାଞ୍ଚ ଚୁଡାନ୍ତ ଚାର୍ଜସିଟ୍ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦାଖଲ କରିବା ପରେ ଚଳିତ ମାସ ୮ ତାରିଖରେ ମାମଲାଟି ବିଚାର ପାଇଁ ଜିଲ୍ଲା ଜଜ୍ କୋର୍ଟକୁ ସ୍ଥାନାନ୍ତର ହୋଇ ଏସ୍‌ଟି ନଂ-୧୮୫/୨୨ ହୋଇ ଚାର୍ଜ ଫ୍ରେମ ପାଇଁ ଆଜିକୁ ତାରିଖ ଧାର୍ଯ୍ୟ ଥିଲା। ଇତି ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ପରମେଶ୍ବର ରାଉତକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବି.ଏଲ.ଏ.ପି.ଏଲ -୪୭୮୯/୨୨ ମୁଳେ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଏହି ଆଦେଶ ବଳରେ ସେ ଜେଲରୁ ମୁକୁଳି ସାରିଥିବାରୁ ଗତ ୮ ତାରିଖରେ ଝୁନା ଭୋଇ ମଧ୍ୟ ଜାମିନ ଦରଖାସ୍ତ କରିଥିଲା। ଝୁନା ଭୋଇଙ୍କ ତରଫରୁ ମାନସ ହତ୍ୟାକାଣ୍ଡରେ ତାଙ୍କର କୌଣସି ସଂପୃକ୍ତି ନ ଥିବାରୁ ଓ ପୁଲିସ ଆଗରେ ମାନି ଥିବା ଦୋଷ ଆଇନ ଅନୁଯାୟୀ ଗ୍ରହଣୀୟ ନ ଥିବାର ଯୁକ୍ତି ଉପସ୍ଥାପନ କରି ତାଙ୍କୁ ଜାମିନ ପ୍ରଦାନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ ବି କ୍ରାଇନବ୍ରାଞ୍ଚ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାନସର କ୍ୟାମେରା ଓ ମୋବାଇଲ ଚିପସ ଝୁନା ପାଖରୁ ଜବତ ହୋଇ ଥିବାରୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଷଡଯନ୍ତ୍ରରେ ତାଙ୍କର ସଂପୃକ୍ତି ରହିଛି ଏଣୁ ତାଙ୍କ ଜାମିନକୁ ଖାରଜ କରାଯାଉ। ଜିଲ୍ଲା ଜଜ୍ ତାର ଜାମିନକୁ ଖାରଜ କରିଦେବା ପରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜାମିନ ଦରଖାସ୍ତ ଦାଖଲ କରିଛି। ତେବେ ଚାର୍ଜ ଫ୍ରେମ ହୋଇ ଯାଇଥିବାରୁ ଆସନ୍ତା ତାରିଖରେ କ୍ରାଇମବ୍ରାଞ୍ଚ ତରଫରୁ ଦିଆ ଯାଇଥିବା ସାକ୍ଷି ତାଲିକା ମୁତାବକ ସାକ୍ଷୀମାନେ କୋର୍ଟରେ ସେମାନଙ୍କ ବୟାନ ଦେବେ।

Share Now:

Kalinga News Beuro

Next Post

ପୂଜାର୍ଚ୍ଚନା ପରେ ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Tue Oct 11 , 2022
ଉ‌ଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚି ପ୍ରଥମେ ନନ୍ଦୀଙ୍କ ଦର୍ଶନ କରିଥିଲେ ଏବଂ ପରେ ମହାକାଳଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ […]
ଶ୍ରୀ ମହାକାଳ ଲୋକ କରିଡର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial