କଲରାପତରିଆ ବାଘ ଗୁରୁତର : ଚିକିତ୍ସା କରିବେ ଓୟୁଏଟିର ଦୁଇଜଣିଆ ଡାକ୍ତରୀ ଦଳ

କଲରାପତରିଆ ବାଘ ଗୁରୁତର

ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଫିସରେ ଉଦ୍ଧାର ହୋଇଥିବା କଲରା ପତରିଆ ବାଘର ଚିକିତ୍ସା ଚାଲିଛି। ଏବେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି। ଆଜି ଭୁବନେଶ୍ବର ଓୟୁଏଟି ଅଧୀନ ବନ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ନୂଆପଡ଼ାରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖରେ ନୂଆପଡ଼ା ରେଞ୍ଜ ଅଧୀନ ଧରମବନ୍ଧା ବିଟ ସିଲିଆରିବାହାରା ଗାଁ ଆମକୋନି ଜଙ୍ଗଲରୁ ଏକ କଲରା ପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଥିଲେ।
ଗତ ୧୬ ଦିନ ହେବ ନୂଆପଡ଼ା ରେଞ୍ଜ ଅଫିସରେ ରଖି ଚିକିତ୍ସା ଚଳାଇଛନ୍ତି। ଏବେ ବାଘର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଓୟୁଏଟି ବନ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ରର ସଂଯୋଜକ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ରିସର୍ଚ୍ଚ କୋଲାର ସୌରଭ ସଠୁଆ ସମେତ ଦୁଇ ଜଣିଆ ବିଶେଷଜ୍ଞ ଦଳ ନୂଆପଡ଼ାରେ ପହଞ୍ଚିଥିଲେ। ଏହି ବିଶେଷଜ୍ଞ ଦଳ ରେଞ୍ଜ ଅଫିସରେ ପହଞ୍ଚି ବାଘର ଚିକିତ୍ସା ଆରମ୍ଭ କରିଛନ୍ତି। ବାଘକୁ ବାବେସିଆ ରୋଗ ହୋଇଥିବା ବିଶେଷଜ୍ଞ ଦଳ ଅନୁମାନ କରିଛନ୍ତି। ଏବେ ଧୀରେ ଧୀରେ ବାଘର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏଠି ଏକ ସପ୍ତାହ ଧରି ଚିକିତ୍ସା ଚାଲିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଶେଷଜ୍ଞ ଶ୍ରୀ ନାଥ ସୂଚନା ଦେଇଛନ୍ତି। ଖଡ଼ିଆଳ ଡିଏଫଓ ସୁଶୀଳ ତ୍ରିପାଠୀ, ଏସିଏଫ ମହମ୍ମଦ ସାଲେହ ଓ ନୂଆପଡ଼ା ରେଞ୍ଜର ବିନିତା ଭୋଇ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା ସଭାପତି

Mon May 1 , 2023
ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ମିଶ୍ର। ଶ୍ରୀ ମିଶ୍ର ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଶ୍ରୀ ମିଶ୍ର ଇସ୍ତଫା ଦେଲେ ସ୍ପଷ୍ଟ କରିନାହାନ୍ତି। ତେବେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବେ ବି ରଖିଛନ୍ତି ଓ ଏବେ ବି କଂଗ୍ରେସରେ […]
ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା ସଭାପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial