କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା ସଭାପତି

ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା ସଭାପତି

ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ମିଶ୍ର। ଶ୍ରୀ ମିଶ୍ର ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଶ୍ରୀ ମିଶ୍ର ଇସ୍ତଫା ଦେଲେ ସ୍ପଷ୍ଟ କରିନାହାନ୍ତି। ତେବେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବେ ବି ରଖିଛନ୍ତି ଓ ଏବେ ବି କଂଗ୍ରେସରେ ଅଛନ୍ତି ବୋଲି ସମ୍ବାଦକୁ କହିଛନ୍ତି। ଚଳିତ ଉପ ନିର୍ବାଚନରେ ଶ୍ରୀ ମିଶ୍ର କଂଗ୍ରେସ ଟିକେଟ ପାଇବା ନେଇ ଆଶାୟୀ ଥିଲେ ଓ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।
ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍‌ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ।ଟିମ୍‌ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା। ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଥିଲା। ତରୁଣ ହେଉଛନ୍ତି ୩ ଥରର ବିଧାୟକ ବୀରେନ୍‌ ପାଣ୍ଡେଙ୍କ ପୁଅ। ନିକଟରେ ବୀରେନ୍‌ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍‌ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଓହ୍ଳାଇଥିଲା। ତେବେ ଆଶାୟୀ ତାଲିକାରେ ଥାଇ ବି ଜିଲ୍ଲା ସଭାପତି ଅଶୋକ ମିଶ୍ର ଙ୍କୁ ଦଳ ଟିକେଟ ଦେଇନଥିଲା।

Share Now:

Kalinga News Beuro

Next Post

ବରପୁତ୍ରଙ୍କୁ ସମ୍ମାନ : ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି

Mon May 1 , 2023
ଭୁବନେଶ୍ୱର: ରାଜଧାନୀର ପ୍ରାୟ ସବୁ ପ୍ରମୁଖ ଛକରେ ରହିଛି ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି। କିନ୍ତୁ କିଛି ହାତଗଣତି ଛକକୁ ବାଦ୍‌ ଦେଲେ ବହୁ ଛକରେ ମହାମନୀଷୀମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ବେଶ୍ ଅଲୋଡ଼ା ଅବସ୍ଥାରେ ଅଛନ୍ତି। ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି ସବୁ ନିର୍ବିକାର ଭାବେ ଠିଆ ହୋଇଛନ୍ତି। କେଉଁଠି ମୂର୍ତ୍ତିରୁ ରଙ୍ଗ ଉଡ଼ି ଗଲାଣି ତ କେଉଁଠି ଆବର୍ଜନା ପାହାଡ଼ ଓ ବଣବୁଦାରେ ଭିତରେ ଲୁଚି ଗଲେଣି। କାହାର ପିଣ୍ଡି ଭାଙ୍ଗି ଗଲାଣି […]
ବରପୁତ୍ରଙ୍କୁ ସମ୍ମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial