ସରିଲା ଏନସିପି ନାଟକ : ଇସ୍ତଫା ଫେରାଇନେଲେ ଶରଦ ପାୱାର

ଇସ୍ତଫା ଫେରାଇନେଲେ ଶରଦ ପାୱାର

ମୁମ୍ବାଇ: ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି ଶରଦ ପାୱାର। ସେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି, “ମୁଁ ଆପଣମାନଙ୍କର ଭାବନାକୁ ଅପମାନିତ କରିପାରିବି ନାହିଁ। ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି।” ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ମେ ୨ରେ ମୁଁ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ଲାଗୁଥିଲା ମୋର ଅନେକ ବର୍ଷର ସେବା ପରେ ମୋତେ ଅବସର ନେବାକୁ ପଡିବ। ପାୱାର କହିଛନ୍ତି ଯେ ଏହା ପରେ ଏନସିପିର ଅନେକ କର୍ମୀ ଏବଂ ନେତା ଦୁଃଖ ଅନୁଭବ କରିଥିଲେ। ମୋର ଶୁଭେଚ୍ଛୁ ଏବଂ କର୍ମୀମାନେ ମୋତେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ଏହା ସହ କର୍ମୀମାନେ ମୋତେ ପୁନର୍ବାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ।
ଏସବୁକୁ ଦେଖି ମୁଁ ଚିନ୍ତା କଲି ଯେ ଲୋକଙ୍କ ଭାବନାକୁ ଅସମ୍ମାନ କରିପାରିବି ନାହିଁ। ସମସ୍ତଙ୍କ ଭାବନାକୁ ବିଚାର କରିବା ପରେ ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ମୁଁ ପୁନର୍ବାର ଅଧ୍ୟକ୍ଷ ପଦ ଗ୍ରହଣ କରୁଛି। ଶରଦ ପାୱାର ଇସ୍ତଫା ପ୍ରତ୍ୟାହାର ଘୋଷଣା କରିବା ପରେ ଏନସିପି କର୍ମୀମାନେ ବାଣ ଫୁଟାଇ ଏହାକୁ ସ୍ୱାଗତ କରିଛନ୍ତି। ସୂଚନାଯୋଗ୍ୟ, ଯେ ମେ ୨ ରେ ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

Share Now:

Kalinga News Beuro

Next Post

ଧାନବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କୁ ହତ୍ୟା ଘଟଣା : ମିଳିଲା ରାଉରକେଲା ଲିଙ୍କ୍‌

Fri May 5 , 2023
ଭୁବନେଶ୍ବର : ଧାନବାଦ୍‌ ଏକ୍ସପ୍ରେସ୍‌ରେ ଘଟିଥିବା ମହିଳାଙ୍କ ହତ୍ୟା ମାମଲାକୁ ୨ ସପ୍ତାହ ବିତିଯାଇଥିବା ବେଳେ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଫଳରେ ହତ୍ୟାକାଣ୍ଡ ପଛର କାରଣ ବି ରହସ୍ୟମୟ ହୋଇରହିଛି। ତେବେ ପୁଲିସକୁ ଏତେଦିନ ପରେ ଏକ ସୁରାକ୍ ମିଳିଛି। ମହିଳାଜଣଙ୍କ ଜଣେ ଯୁବକଙ୍କ ସହ ରାଉରକେଲାରୁ ଟ୍ରେନ୍‌ରେ ଚଢ଼ିଥିବା ଜଣାପଡ଼ିଛି। ଏହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ଏନେଇ ପ୍ରାୟ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ତେଣୁ […]
ଧାନବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କୁ ହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial