ହଂସପାଳର ଦୁଃଖ ସରକାରୀ ଉଦାସୀନତା : ଆନ୍ଦୋଳନ ପାଇଁ ସଜ ହେଉଛନ୍ତି ଅଞ୍ଚଳବାସୀ

ହଂସପାଳ-1

ଭୁବନେଶ୍ୱର : ହଂସପାଳ ହେଉଛି ଯୁଗ୍ମ ସହର ଭୁବନେଶ୍ୱର ଏବଂ କଟକର ମଧ୍ୟବର୍ତ୍ତୀ ଅଞ୍ଚଳ। ପୁରୀ କେନାଲର ବାମ ପାର୍ଶ୍ୱରେ ଗଢ଼ିଉଠିଥିବା ମାଳମାଳ ବହୁତଳ ପ୍ରାସାଦ,ବ୍ୟବସାୟ ପ୍ରତିଷ୍ଠାନ, ମଲ ଯାହା ବ୍ୟବସାୟିକ ବିକାଶର ଉଦ୍ଦେଶ୍ୟ। ପୁରୀ ମୁଖ୍ୟ କେନାଲ ତଥା ଜାତୀୟ ରାଜପଥରୁ ସଂଯୋଗ କରୁଥିବା ଗ୍ରାମ ଅଟଳା ଆଡକୁ ବିସ୍ତୃତ ଏକ ଜନବହୁଳ ରାସ୍ତା। ଜାତୀୟ ରାଜପଥ-୧୬କୁ ଏହା ସଂଯୋଗ କରୁଥିବାରୁ ଏହାର ଉପଯୋଗୀତା ଅଧିକ ଓ ବ୍ୟବହାର ପାଇଁ ଏହା ଏକ ମୁଖ୍ୟ ରାସ୍ତା। ଏହି ରାସ୍ତା ଉପରେ ୨ ହଜାରରୁ ଅଧିକ ପରିବାର ଓ ୩୦ ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ମୁଖ୍ୟ ରାସ୍ତାକୁ ପାର ହେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ଅନେକ ଥର ଉଚ୍ଚ ଅଧିକାରୀ, ସାଂସଦ, ମନ୍ତ୍ରୀ, ବିଧାୟକ ଓ କର୍ପୋରେଟରଙ୍କ ମାଧ୍ୟମରେ ଏହାର ବିହିତ ପ୍ରତିକାର ଓ ଏକ ଓଭର ବ୍ରିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳ ବାସୀ ବହୁବାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିଲେ। ଅନେକ ଥର ବିଫଳ ହୋଇ ମଧ୍ୟ, ଧୈର୍ଯ୍ୟ ଓ ନିଷ୍ଠାର ସହ ତାଙ୍କର ମୌଳିକ ଅଧିକାରକୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରି ଓଭର ବ୍ରିଜ ବନାଇବାରେ ସଫଳ ହୋଇଛନ୍ତି। ହେଲେ କିଛି ସମସ୍ୟା ଏବେବି ମୁଣ୍ଡ ଟେକୁଛି।

ହଂସପାଳ ଛକଠାରୁ ସାଇଫନ ଛକ ପର୍ଯ୍ୟନ୍ତ ଓ ଆଗକୁ ପିଚୁ ରାସ୍ତାର ସମ୍ପ୍ରସାରଣ ହୋଇସାରିଥିବା ସମୟରେ, କେନାଲର ପୂର୍ବ ଦକ୍ଷିଣ ପାର୍ଶ୍ୱ (କେନାଲ ଠାରୁ ସାଇଫନ ଛକ) ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଅଛି। ଉକ୍ତ ଦୁଇ ରାସ୍ତା ମଧ୍ୟରେ ଥିବା ଜନବସତି ତୁଳନାରେ କେନାଲର ପୂର୍ବ ବାମ ପାର୍ଶ୍ୱ (କେନାଲ ଠାରୁ ସାଇଫନ ଛକ) ପର୍ଯ୍ୟନ୍ତର ଜନବସତି ବହୁତ ଅଧିକ। ୨ ରୁ ୩ କିଲୋମିଟର ଦୂରତା ବିଶିଷ୍ଟ ଜନବସତିର ଉଭୟ ପାର୍ଶ୍ୱରେ ୪୦ ଫୁଟ ଚଉଡ଼ା ରାସ୍ତା ହେବାର ଆବଶ୍ୟକତା ଯେତିକି ଅଛି, କେନାଲର ପୂର୍ବ ବାମ ପାର୍ଶ୍ୱରେ ବସବାସ କରୁଥିବା ଜନବସତିଙ୍କ ପାଇଁ ଏପରି ସୁବିଧା ଯୋଗାଇଦେବା ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦ୍ୱିତୀୟରେ, ଅଧିକ ସମୟରେ କେନାର ପୂର୍ବ ବାମପାର୍ଶ୍ଵର ରାସ୍ତା ସକାଳ ୪ଟା ରୁ ରାତି ୧୨ ପର୍ଯ୍ୟନ୍ତ ଚଳଚଞ୍ଚଳ ରହିଥାଏ। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଦୋକାନ ଗଢି ଉଠିଥିବାରୁ ରାସ୍ତା ସଂକୁଚିତ ଓ ଟ୍ରାଫିକ ଯାମ ପରି ସମସ୍ୟା ନିତିଦିନିଆ କଥା।

କିଛି ଦିନ ତଳେ ବିଏମସି ଦ୍ୱାରା ଏହାର ଉଛେଦ କାମ ହୋଇଥିବା ସତ୍ତ୍ୱେ ଉଠାଦୋକାନୀ ମାନେ ପୁଣି ସେଠାରେ ତାଙ୍କର ପସରା ମେଲାଇ ବସିଲେଣି। ଅନେକ ସମୟରେ ଉଚ୍ଚ ଅଧିକାରୀ, ସାଂସଦ, ମନ୍ତ୍ରୀ, ବିଧାୟକ ଓ କର୍ପୋରେଟରଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ ଫଳ ଶୂନ୍ୟ। ଜଳସେଚନ ବିଭାଗରୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର ହେବା ପ୍ରକ୍ରିୟାର ସ୍ଵପ୍ନ, ସ୍ଵପ୍ନ ହୋଇ ରହିଗଲା ପରି ଅନୁଭବ ହେଉଛି। ତେଣୁ ସ୍ଥାନୀୟ ଜନପ୍ରତିନିଧି ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି। ଅନ୍ୟଥା ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ରାଜରାସ୍ତାକୁ ଓଲ୍ହାଇବା ସହିତ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି।

Share Now:

Kalinga News Beuro

Next Post

ବାହାନଗା ରେଳ ଦୁର୍ଘଟଣା : ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଆଉ ମୃତକଙ୍କ ସଂଖ୍ୟା ନ ବଢ଼ୁ-ମନ୍ତ୍ରୀ ଟୁକୁନି ସାହୁ

Sat Jun 3 , 2023
କଟକ: ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସାମ୍ନା କରି ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନା ସମେତ ବାଲେଶ୍ଵର ମେଡିକାଲ କଲେଜ, ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। […]
ଟ୍ରେନ୍‌ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial