ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ଏବିପିର ‘ଦେଶ୍‌ କା ମୁଡ୍‌’ ସର୍ଭେ

ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାବେ ୬୦% ଲୋକଙ୍କ ପସନ୍ଦ ମୋଦୀ

ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲ ଏବିପି ପକ୍ଷରୁ ‘ଦେଶ୍‌ କା ମୁଡ୍‌’ ନାମରେ ଏକ ବୃହତ୍ ସର୍ଭେରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ବିବେଚିତ ହୋଇଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ରହି ନବୀନ ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ସବୁଠୁ ପସନ୍ଦଯୋଗ୍ୟ ଏବଂ ଭଲ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। କେଜ୍ରିୱାଲଙ୍କ ପଛକୁ ତୃତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରହିଛନ୍ତି। ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଞ୍ଚମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଷଷ୍ଠ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସପ୍ତମ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଷ୍ଟମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନବମ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଦଶମ ସ୍ଥାନରେ ରହିଛନ୍ତି। ଏବିପି ଏବଂ ସି-ଭୋଟର୍‌ ପକ୍ଷରୁ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ଯେ ଦେଶର ୧୦ ଶୀର୍ଷ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ୭ ଜଣ ମୁଖ୍ୟମନ୍ତ୍ରୀ ଅଣ-ବିଜେପି ଦଳର। ୧୦ ଜଣଙ୍କ ମଧ୍ୟରୁ ଶେଷ ତିନିଟି ସ୍ଥାନରେ ବିଜେପିର ତିନିଜଣ ଯାକ ମୁଖ୍ୟମନ୍ତ୍ରୀ ରହିବା ଦଳ ପାଇଁ ଆଶ୍ବାସନାର ବିଷୟ ପାଲଟିଛି। ଅଣ ବିଜେପି ଦଳ ଭାବେ ବିଭିନ୍ନ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିବା ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ଯଥାକ୍ରମେ ବିଜେଡି, ଆପ୍‌, ୱାଏସ୍‌ଆର୍‌ କଂଗ୍ରେସ, ସିପିଏମ୍‌, ଶିବସେନା, କଂଗ୍ରେସ ଓ ତୃଣମୂଳ କଂଗ୍ରେସ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଜାତୀୟ ଦଳଗୁଡ଼ିକ ତୁଳନାରେ ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀମାନେ ଅଧିକ ଲୋକପ୍ରିୟ ରହିଛନ୍ତି।
ଅନ୍ୟପକ୍ଷରେ ଦେଶର ସବୁଠୁ ଖରାପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଶୀର୍ଷରେ ରହିଛନ୍ତି। ତ୍ରିବେନ୍ଦ୍ରଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ତୃତୀୟ ସ୍ଥାନରେ ପଞ୍ଚାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ଚତୁର୍ଥ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ପଞ୍ଚମ ସ୍ଥାନରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନୀସ୍ବାମୀ ରହିଛନ୍ତି। ତେବେ ମୋଦୀ ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ପସନ୍ଦଯୋଗ୍ୟ ରହିଛନ୍ତି। ପ୍ରାୟ ୬୦ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଥିବାବେଳେ ୨୬ ପ୍ରତିଶତ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଛନ୍ତି। ତେବେ ୭ ପ୍ରତିଶତ ଲୋକ ଉଭୟଙ୍କ ମଧ୍ୟରୁ କାହାରିକୁ ପ୍ରଧାନମନ୍ତ୍ରୀ ପାଇଁ ପସନ୍ଦ କରୁ ନଥିବାବେଳେ ୭ ପ୍ରତିଶତ କିଛି କହିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ଟିକାକରଣ ପାଇଁ ‘କୋୱିନ୍‌’ ଆପ୍‌ରେ ପଞ୍ଜୀକରଣ ଜରୁରୀ

Sat Jan 16 , 2021
ନୂଆଦିଲ୍ଲୀ : ଆଜି (ଶନିବାର) ଠାରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ୍‌( କୋଭିଡ୍‌ ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ୱର୍କ) ନାମକ ଏକ ଆପ୍ଳିକେସନ୍‌ର ମଧ୍ୟ ଲୋକାର୍ପଣ କରିବେ। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ନୂତନ ଆପ୍ଳିକେସନ୍‌ ସହ ଜଡ଼ିତ କିଛି ସୂଚନା ମଧ୍ୟ ପ୍ରଦାନ କରିଛନ୍ତି। ଏହି ଆପ୍ଳିକେସନ୍‌ର ସ୍ବତଃ ପଞ୍ଜୀକରଣ ସଂସ୍କରଣ ଖୁବ୍‌ […]
‘କୋୱିନ୍‌’ ଆପ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial