ଘର ଭିତରେ ଅଗ୍ନିକାଣ୍ଡ : ଜଳିଗଲେ ପରିବାରର ୪ସଦସ୍ୟ

ଦିଲ୍ଲୀରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଗ୍ନିକାଣ୍ଡ। ଘର ଭିତରେ ଜଳିଗଲେ ପରିବାରର ୪ସଦସ୍ୟ। ଘଟଣାଟି ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଘଟିଥିବା ବେଳେ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସୂଚନା ମୁତାବକ, ଭୋର ୪ଟାରେ ଅଗ୍ନିଶମ ବାହିନୀକୁ ପୁରୁଣା ସୀମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା। ଏହା ପରେ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସେତବେଳକୁ ୪ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅଗ୍ନିଶମ ବାହିନୀ ମୃତଦେହକୁ ତୃତୀୟ ମହଲାରୁ ଉଦ୍ଧାର କରିଥିବା ବେଳେ ଧୁଆଁ ପାଇଁ ଅଣନିଶ୍ବାସ ହୋଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିପାରି ନାହିଁ। ସର୍ଟ ସର୍କିଟ କି ଅନ୍ୟ କୌଣସି କାରଣ ପାଇଁ ନିଆଁ ଲାଗିଥିଲା, ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି। ତେବେ ହଠାତ ଏଭଳି ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ମାଷ୍ଟର କ୍ୟାଣ୍ଟିନ୍‌ ଛକର ନୂଆ ରାସ୍ତା ବଢ଼ାଇଲା ଟ୍ରାଫିକ୍‌ ସମସ୍ୟା : ଷ୍ଟେସନରୁ ପିଏମ୍‌ଜି ରାସ୍ତା ବନ୍ଦ, ଲୋକେ ହନ୍ତସନ୍ତ

Tue Oct 26 , 2021
ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଘୋଡ଼ାକୁ ନୂଆ ରୂପ ଦେବାକୁ ଯାଇ ବିଏସ୍‌ସିଏଲ୍‌ ପୂରା ଛକର ନକ୍ସା ବଦଳାଇ ଦେଇଛି। ଏଠାରେ ଥିବା ଗୋଲେଇ କାଟି ରାଜମହଲରୁ ବାଣୀବିହାର ଓ ବାଣୀବିହାରରୁ ରାଜମହଲ ରାସ୍ତାକୁ ସିଧା କରି ଦିଆଯାଇଛି। ଏହି ସିଧା ରାସ୍ତାରେ ଏବେ ଗାଡ଼ି ଚଳାଚଳ ଆରମ୍ଭ କରିଛି। ମାତ୍ର ବଡ଼ କଥା ହେଉଛି, ଷ୍ଟେସନ୍‌ କିମ୍ବା ବାଣୀବିହାର ପଟୁ ଆସୁଥିବା ଗାଡ଼ି ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ଆଉ ପିଏମ୍‌ଜି ଆଡ଼କୁ […]
ମାଷ୍ଟର କ୍ୟାଣ୍ଟିନ୍‌ ଛକର ନକ୍ସା ବଦଳିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial