କୋଭିଡ୍‌ ଟିକାକରଣ ପାଇଁ ‘କୋୱିନ୍‌’ ଆପ୍‌ରେ ପଞ୍ଜୀକରଣ ଜରୁରୀ

‘କୋୱିନ୍‌’ ଆପ୍‌

ନୂଆଦିଲ୍ଲୀ : ଆଜି (ଶନିବାର) ଠାରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ୍‌( କୋଭିଡ୍‌ ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ୱର୍କ) ନାମକ ଏକ ଆପ୍ଳିକେସନ୍‌ର ମଧ୍ୟ ଲୋକାର୍ପଣ କରିବେ। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ନୂତନ ଆପ୍ଳିକେସନ୍‌ ସହ ଜଡ଼ିତ କିଛି ସୂଚନା ମଧ୍ୟ ପ୍ରଦାନ କରିଛନ୍ତି। ଏହି ଆପ୍ଳିକେସନ୍‌ର ସ୍ବତଃ ପଞ୍ଜୀକରଣ ସଂସ୍କରଣ ଖୁବ୍‌ ଶୀଘ୍ର ଜାରି କରାଯିବ ଏବଂ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଏହି ଆପ୍ଳିକେସନ୍‌ରେ ପଞ୍ଜୀକରଣ କରିବା ଅନିବାର୍ଯ୍ୟ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି। ସେହିପରି କେବଳ ଯେଉଁମାନେ ଏହି ଆପ୍ଳିକେସନ୍‌ରେ ପଞ୍ଜୀକରଣ କରିଥିବେ, ସେମାନଙ୍କୁ ହିଁ କ୍ୟୁଆର୍‌ କୋଡ୍‌ ଆଧାରିତ ଟିକାକରଣ ପ୍ରମାଣପତ୍ର ମିଳିପାରିବ। ତେବେ ଏଇଠି ପ୍ରଶ୍ନ ଉଠୁଛି, ଯଦି ଜଣକୁ କୋଭିଡ୍‌ ଟିକା ନେବାର ଅଛି, ତେବେ ସେ କେବେ ଓ କେମିତି ଏହି ଆପ୍ଲିକେସନ୍‌ରେ ପଞ୍ଜୀକରଣ କରିବ? ତେବେ ଏହି ଆପ୍ଳିକେସନ୍‌ ଏବେ ସକ୍ରିୟ ହୋଇନାହିଁ। ସୁତରାଂ ଗୁଗଲ୍‌ରୁ ଯଦି ଏହି ଆପ୍ଳିକେସନ୍‌ ସହ ଜଡ଼ିତ କିଛି ସଫ୍ଟୱେର୍‌ ଡାଉନ୍‌ଲୋଡ୍‌ କରାଯାଏ, ତେବେ ବି ତାହା କାମ କରିବ ନାହିଁ। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟକର୍ମୀମାନଙ୍କର ଟିକାକରଣ ଚାଲୁ ରହିବ। ଅପରପକ୍ଷେ, ସ୍ବତଃ ପଞ୍ଜୀକରଣ ଆଗକୁ ଚାଲୁ ହେବାକୁ ଥିବା ବେଳେ ହିତାଧିକାରୀମାନେ କୌଣସି ଭେଜାଲ ଆପ୍ଲିକେସନ୍‌ ଜାଲରେ ପଡ଼ି ଠକାମିର ଶିକାର ନହେବାକୁ ଡା. ହର୍ଷବର୍ଦ୍ଧନ ସତର୍କ କରାଇ ଦେଇଛନ୍ତି। ସମ୍ପ୍ରତି କୋୱିନ୍‌ ଆପ୍‌ର ସଫ୍ଟୱେର୍‌ କାମ ଜାରି ରହିଛି ଏବଂ ଆଗାମୀ ମାର୍ଚ୍ଚ ବେଳକୁ ଏହା ସର୍ବସାଧାରଣଙ୍କ ପାଇଁ ବ୍ୟବହାରଯୋଗ୍ୟ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଗୋରୀ ପାଇଁ ସାଥୀ ଖୋଜା : ଭିତରକନିକା ବାହାରୁ ବଉଳା କୁମ୍ଭୀର ଆଣିବାକୁ ଚାଲିଛି ଯୋଜନା

Sat Jan 16 , 2021
ରାଜନଗର: ଶଙ୍ଖ ମଲମଲ ପରି ଧଳା କୁମ୍ଭୀର ଗୋରୀ ୪୬ ବର୍ଷରେ ପାଦ ଥାପିଛି। ଆଜିଯାଏ କିନ୍ତୁ ମା’ ହୋଇପାରିନି। ଉପଯୁକ୍ତ ସାଥୀ ଅଭାବରୁ ଗୋରୀ ମା’ ନ ହେବା ଦୁଃଖରେ ମନମାରି ବସିଛି। ଗୋରୀ ୭ ଥର ଅଣ୍ତା ଦେଇଥିଲେ ବି ସେଥିରୁ ଛୁଆ ଫୁଟିପାରିନି। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ଗୋରୀ ପାଇଁ ସାଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୯୨ ମସିହାରେ ଶେଷଥର […]
ଗୋରୀ ପାଇଁ ଖୋଜା ଚାଲିଛି ସାଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial