ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଅଯୋଧ୍ୟା ଅଭିମୁଖେ ସବନମଙ୍କ ଯାତ୍ରା

ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଲୋକମାନେ ନିଜନିଜ ଶୈଳୀରେ ଭକ୍ତିଭାବ ପ୍ରକଟ କରୁଛନ୍ତି। ଏହି କ୍ରମରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବତୀ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି। ଏହି ଯୁବତୀଙ୍କ ନାମ ସବନମ ରହିଛି। ସବନମ ହିଜାବ ପିନ୍ଧି ହାତରେ ରାମଙ୍କ ପତକା ଧରି ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି। ତାଙ୍କର ଏହି ଯାତ୍ରାକୁ ୨୮ଦିନ ପୂରି ଥିବା ବେଳେ ଅଯୋଧ୍ୟା ପହଞ୍ଚିବାକୁ ଆହୁରି ଅନେକବାଟ ବାକି ଅଛି। ଏହି ଯାତ୍ରା ଭିତରେ ସବନମଙ୍କ ପାଦ ଫଟକା ହୋଇଗଲାଣି, ପ୍ରବଳ ଥଣ୍ଡା ହେତୁ ତାଙ୍କୁ ଥଣ୍ଡା ବି ଧରି ନେଇଛି। ଏହା ସତ୍ତ୍ୱେ ବି ସେ ତାଙ୍କ ଯାତ୍ରାକୁ ଅଟକାଇ ନାହାନ୍ତି।
ସବନମ ତାଙ୍କ ଯାତ୍ରାକୁ ନେଇ କହିଛନ୍ତି, ‘ମୁଁ ରାମ ଆଏଙ୍ଗେ…..ଗୀତ ଶୁଣିଶୁଣି ରାମଙ୍କ ନାମ ନେଇ ଯାତ୍ରା କରୁଛି। ଯାହାକି ମୋତେ ଶକ୍ତି ଦଉଛି। ଏଯାବତ ମୁଁ ଉତ୍ତରପ୍ରଦେଶର ମହୋବାରେ ପହଞ୍ଚିଛି। ଆଗକୁ ଆହୁରି ଅନେକ ବାଟ ଯାତ୍ରା କରିବାର ଅଛି। କାରଣ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପାଖେଇ ପାଖେଇ ଆସୁଛି। ଏହା ପୂର୍ବରୁ ମୋତେ ଅଯୋଧ୍ୟାରେ ପହଞ୍ଚିବାର ଅଛି। ଚାଲିଚାଲି ପାଦ‌ ଫଟକା ହୋଇଗଲାଣି ଯନ୍ତ୍ରଣା ବି ଅସହ୍ୟ ହେଉଛି। କିନ୍ତୁ ରାମଲଲ୍ଲାଙ୍କ ପାଇଁ ମୁଁ ସବୁ ଯନ୍ତ୍ରଣାକୁ ଭୁଲି ଯାଇଛି।’ ସବନମ ୧୩୫୦କିମି ଯାତ୍ରା କରି ସାରିଥିବା ବେଳେ ତାଙ୍କୁ ସ୍ଥାନେସ୍ଥାନେ ହିନ୍ଦୁ ସଙ୍ଗଠନମାନେ ସ୍ୱାଗତ କରୁଛନ୍ତି। ସବନମ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ସୁଦ୍ଧା ସେ ପିଲାଟି ଦିନରୁ ଭଗବାନ ରାମଙ୍କ ପ୍ରତି ଭକ୍ତି ରଖି ଆସିଛନ୍ତି।

Share Now:

Kalinga News Beuro

Next Post

ରାମଲଲାଙ୍କ ମୂର୍ତ୍ତିରେ ରହିଛି ଦଶାବତାରଙ୍କ ଚିତ୍ର

Sat Jan 20 , 2024
ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। କଳା ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଆଖି ଉପରେ ପ୍ରଥମେ ଏକ ହଳଦିଆ କପଡା ବନ୍ଧା ହୋଇଥିବା ବେଳେ ଏବେ ଆଖିରୁ ପଟି ବି ଖେଲାସରିଛି। ଏହି ପ୍ରତିମୂର୍ତ୍ତିକୁ ଗୋଲାପ ଫୁଲରେ ସଜାଯାଇଛି। ଉତ୍ସର୍ଗ ସମାରୋହ ପୂର୍ବରୁ ଗୁରୁବାର ଅପରାହ୍ନରେ ପ୍ରଭୁ ରାମଙ୍କ ନୂତନ ପ୍ରତିମୂର୍ତ୍ତିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial