ରାମଲଲାଙ୍କ ମୂର୍ତ୍ତିରେ ରହିଛି ଦଶାବତାରଙ୍କ ଚିତ୍ର

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। କଳା ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଆଖି ଉପରେ ପ୍ରଥମେ ଏକ ହଳଦିଆ କପଡା ବନ୍ଧା ହୋଇଥିବା ବେଳେ ଏବେ ଆଖିରୁ ପଟି ବି ଖେଲାସରିଛି। ଏହି ପ୍ରତିମୂର୍ତ୍ତିକୁ ଗୋଲାପ ଫୁଲରେ ସଜାଯାଇଛି। ଉତ୍ସର୍ଗ ସମାରୋହ ପୂର୍ବରୁ ଗୁରୁବାର ଅପରାହ୍ନରେ ପ୍ରଭୁ ରାମଙ୍କ ନୂତନ ପ୍ରତିମୂର୍ତ୍ତିକୁ ରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରର ଗର୍ଭଗୃହରେ ରଖାଯାଇଥିଲା। ବୁଧବାର ରାତିରେ ମୌସୁରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ୫୧ ଇଞ୍ଚର ପ୍ରତିମୂର୍ତ୍ତିକୁ ମନ୍ଦିରକୁ ଅଣାଯାଇଥିଲା। ତେବେ ଏହି ମୂର୍ତ୍ତି ବିଷୟରେ ଅନେକ କଥା ରହିଛି। ଚାଲନ୍ତୁ ସେସବୁ ଜାଣିବା।
: ମୂର୍ତ୍ତିର ଉପର ଭାଗରେ ସ୍ୱସ୍ତିକ, ଓମ୍, ଚକ୍ର, ଗଦା ଏବଂ ସୂର୍ଯ୍ୟ ଭଗବାନଙ୍କ ଚିତ୍ର ଖୋଦିତ ହୋଇଛି।
: ମୂର୍ତ୍ତିଟିର ବାମ ହାତରେ ଏକ ସୁନା ଧନୁ ଏବଂ ଡାହାଣ ହାତରେ ଏକ ସୁନା ତୀର ଅଛି।
: ଏହାବ୍ୟତୀତ ରାମଲଲା ମୂର୍ତ୍ତିର ଉଭୟ ପାର୍ଶ୍ୱରେ ଭଗବାନଙ୍କ ଦଶ ଅବତାର; ମତ୍ସ୍ୟ, କୁର୍ମ, ବାରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ କଳ୍କିଙ୍କର ୧୦ ଅବତାରର ଚିତ୍ର ଖୋଦିତ ହୋଇଛି।
: ପ୍ରତିମା ଉପରେ ପଦ୍ମ, ହନୁମାନ ଏବଂ ଗରୁଡ଼ର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି।
: ୨୦୦ କିଲୋଗ୍ରାମର ରାମଲଲାଙ୍କ ମୂର୍ତ୍ତିର ଉଚ୍ଚତା ୪.୨୫ ଫୁଟ ଏବଂ ମୋଟେଇ ୩ ଫୁଟ।

Share Now:

Kalinga News Beuro

Next Post

ଚନ୍ଦ୍ରରେ ରହି ପଥପ୍ରଦର୍ଶକ ପାଲଟିଛି ଚନ୍ଦ୍ରଯାନ-୩ ଲାଣ୍ଡର ବିକ୍ରମ

Sat Jan 20 , 2024
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ଆଉ ଏକ ସଫଳତା ମିଳିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡମାର୍କ ଭଳି କାମ କରିବା ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚନ୍ଦ୍ରଯାନ-୩ ଅଭିଯାନ ଅଧୀନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ସହିତ ଏକ ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ (ଏଲଆରଏ) ମଧ୍ୟ ଚନ୍ଦ୍ରକୁ ପଠାଯାଇଥିଲା। ଏବେ ଏହି ଉପକରଣ ସାହାଯ୍ୟରେ ଆମେରିକୀୟ ମହାକାଶ ଏଜେନ୍ସିର ଏଲଆରଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial