ସ୍ଵର୍ଣ୍ଣମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବାକୁ ଚେଷ୍ଟା କରିଥିବା ଯୁବକଙ୍କୁ ପିଟି ପିଟି ହତ୍ୟା

ସ୍ଵର୍ଣ୍ଣମନ୍ଦିର

ଅମୃତସର: ଶନିବାର ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବକୁ ଅପବିତ୍ର କରିବାକୁ ଜଣେ ଯୁବକ ଚେଷ୍ଟା କରିଥିଲେ। ଆଉ ଏହି ଯୁବକଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଛନ୍ତି। ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ଶ୍ରୀ ଦରବାର ସାହିବରେ ରହରାସ ସାହେବ ପାଠ କରାଯାଉଥିଲା। ଏହି ସମୟରେ ଜଣେ ୨୨ ବର୍ଷର ଯୁବକ ମୁଣ୍ଡିଆ ମାରି ଲାଗିଥିବା ବ୍ୟାରିକେଡ଼କୁ ଡେଇଁ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ନିକଟରେ ପହଞ୍ଚିଥିଲେ। ଏହା ଦେଖି ସେବକମାନେ ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିବାକୁ ନେବାବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଆଉ ଦରବାର ସାହିବ ପରିସରରେ ତାଙ୍କୁ ହତ୍ୟା କରିଥିଲେ। ଦୀର୍ଘ ସମୟ ଧରି ଯୁବକଙ୍କ ମୃତଦେହ ଦରବାର ସାହିବ କମ୍ପ୍ଲେକ୍ସରେ ପଡ଼ି ରହିଥିଲା। ଏହା ପରେ ମୃତଦେହ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣା ସମ୍ପର୍କରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କୁ ଜନଗହଳି ସମୟରେ କିଛି ଲୋକ ପିଟିପିଟି ହତ୍ୟା କରିଥିଲେ। ବର୍ତ୍ତମାନ ମୃତଦେହକୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନିକଟରୁ କୌଣସି ପରିଚୟ ପତ୍ର ମିଳି ନ ଥିବା ପୁଲିସ କହିଛି। ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ଯେ ଏହି ଯୁବକଜଣକ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସମ୍ମୁଖରେ ରଖାଯାଇଥିବା ଖଣ୍ଡା ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ସମୟକ୍ରମେ ସେଠାରେ ଉପସ୍ଥିତ ସେବକମାନେ ଯୁବକଙ୍କୁ ଧରି ବାହାରକୁ ଆଣି ସ୍ବର୍ଣ୍ଣମନ୍ଦିରରେ ପୋଷ୍ଟ ହୋଇଥିବା ପୁଲିସକୁ ହସ୍ତାନ୍ତର କରିଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା : ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲା ସାମିଲ

Sun Dec 19 , 2021
ଭୁବନେଶ୍ବର: ଡିସେମ୍ବର ୨୦ (ସୋମବାର) ଠାରୁୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଭୁବନେଶ୍ବର ବିମାନବନ୍ଦରରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ରୋଗୀଙ୍କ ଚିକିତ୍ସା ପାଇଁ ଏହି ସେବା ଆରମ୍ଭ ହେବ। ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯିବ। କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଏହା ପ୍ରଥମେ […]
ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial